ପୁଣି ଚାଷୀଙ୍କ ଉପରେ ଚଡ଼କ, ଅମଳ ବେଳେ ବର୍ଷା କରିଛି ଘାଇଲା..

Farmers

କଳାହାଣ୍ଡି/ ଗଞ୍ଜାମ: ପୁଣି ଚାଷୀଙ୍କ ଉପରେ ଚଡ଼କ । ଗଞ୍ଜାମରେ ପ୍ରବଳ ବର୍ଷା । ହେକ୍ଟର ହେକ୍ଟର ଜମିରେ ପାଣି । ଧାନ ଫସଲ ନଷ୍ଟ ହେବାର ଆଶଙ୍କା । ଅମଳ ବେଳେ ବର୍ଷା ଯୋଗୁଁ ନଷ୍ଟ ହେଉଛି ଧାନ ଫସଲ । ଅମଳ ବେଳକୁ ଅଦିନିଆ ବର୍ଷା । ବିଲରେ ଗଜା ହେଲାଣି ଧାନ । ତୁହା କୁ ତୁହା ବର୍ଷା ହେବା ଦ୍ୱାରା ଧାନ ଗଛ ସବୁ ଜମିରେ ଶୋଇପଡ଼ିଲାଣି । ହେକ୍ଟର ହେକ୍ଟର ଚାଷ ଜମିରେ ଧାନ ସବୁ ଗଜା ହେଲାଣି ।

ପ୍ରଥେମ ସ୍ୱଳ୍ପ ବର୍ଷା ଯୋଗୁଁ ମରୁଡି, ପରେ ବନ୍ୟା ଓ ରୋଗପୋକ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ଅମଳ ସମୟରେ ତୁହାକୁ ତୁହା ବର୍ଷା ଚାଷୀଙ୍କୁ ହତାଶ କରିଛି । ଅଦିନିଆ ବର୍ଷା ଯୋଗୁଁ କଳାହଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଶହ ଶହ ହେକ୍ଟର ଜମିରେ ଧାନ ଗଜା ହୋଇଯାଇଛି ।

ଚଳିତ ଖରିଫ୍ ଋତୁରେ ସମବାୟ ସମିତିରୁ ଋଣ ଆଣି ଚାଷ କରିଥିଲେ ହଜାର ହଜାର ଚାଷୀ । ହେଲେ ଧାନ ଅମଳ ସମୟରେ ବର୍ଷା ସବୁକିଛି ଛାରଖାର କରିଦେଇଛି । ଫଳରେ ବର୍ଷ ଶେଷକୁ ଦିପଇସା ରୋଜଗାର ଆଶାରେ ଥିବା ଚାଷୀଙ୍କ ଆଶା ମଉଳି ଯାଇଛି । ଆଉ ଏବେ ଘାରିଛି ଋଣ ପରିଶୋଧ କରିବା ଚିନ୍ତା । ସେପଟେ କିନ୍ତୁ ଅଦିନିଆ ବର୍ଷାରେ ବିଶେଷ କ୍ଷତି ହୋଇନଥିବା କହିଛନ୍ତି କୃଷି ଅଧିକାରୀ ।

Leave a Reply