ସାରୁଅ ଜମି କେଳେଙ୍କାରୀ, ବଢ଼ୁଛି ଅଡୁଆ ! ଏବେ ସୁପ୍ରିମ୍‌କୋର୍ଟ ହିଁ ସାହା ଭାରସା…

1 min read
Jaya Jagi

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲାରେ ପଣ୍ଡା ଦମ୍ପତ୍ତିଙ୍କ ପାଇଁ ବଢ଼ିଲା ଅଡୁଆ । କେତେବେଳେ ବି ଜୟ-ଜଗିଙ୍କୁ ବାନ୍ଧିପାରେ କ୍ରାଇମବ୍ରାଞ୍ଚ । ସାରୁଅ ଜମି କେଳେଙ୍କାରୀରେ ମୂଳ ମାମଲା ରଦ୍ଦ କରିବାକୁ ହାଇକୋର୍ଟରେ କରିଥିଲେ ଅପିଲ । ହେଲେ ଏହାକୁ ଶୁକ୍ରବାର ଖାରଜ କରିଦେଇଛନ୍ତି ହାଇକୋର୍ଟ ।

ଫଳରେ ଏବେ ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମାଲିକ ବୈଜୟନ୍ତ ପଣ୍ଡା ଓ ପତ୍ନୀ ଜଗି ପଣ୍ଡାଙ୍କୁ ଗିରଫ କରିବାକୁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚକୁ ମିଳିଛି ସୁଯୋଗ । ପୂର୍ବରୁ ଏହି ମାମଲାରେ ଏକାଧିକ ବ୍ୟକ୍ତି ଗିରଫ ହୋଇ ଜେଲ୍‌ ଯାଇଛନ୍ତି । ଅନେକଙ୍କୁ ଏବେ ବି ଜେରା କରାଯାଉଛି । ଆହୁରି ଅନେକ ଏବେ ବି କ୍ରାଇମ୍‌ବ୍ରାଞ୍ଚ ରାଡାରରେ ଅଛନ୍ତି ।

Illegal Boundary Constructed By OTV In Sarua Demolished By Khordha Dist Administration

ଏଭଳି ପରିସ୍ଥିତିରେ ତଦନ୍ତକାରୀ ସଂସ୍ଥା ବା କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଛି ଅନେକ ତଥ୍ୟ । ଏଣୁ ଏଥିରେ ହସ୍ତକ୍ଷେପ କରି ମାମଲାକୁ ରଦ୍ଦ କରିବା କିମ୍ବା ଆଗୁଆ ଜାମିନ ପ୍ରଦାନ ଉଚିତ୍‌ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଫଳରେ ଜଗି ଓ ଜୟ ପଣ୍ଡାଙ୍କୁ କୋର୍ଟରୁ ମିଳିଥିବା ଆନ୍ତରୀଣ ସୁରକ୍ଷା ମଧ୍ୟ ରଦ୍ଦ ହୋଇଯାଇଛି । ଏବେ ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ପଣ୍ଡା ଦମ୍ପତ୍ତି । ଏହାକୁ ଏଡାଇବାକୁ ଯାଇ ଉଭୟେ ସୁପ୍ରିମକୋର୍ଟରେ ଦ୍ୱାରସ୍ତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେବେ ସୁପ୍ରିମ୍‌କୋର୍ଟରେ ଏହି ମାମଲା ଗ୍ରହଣ ହେବା ପର୍ଯ୍ୟନ୍ତ ଉଭୟ ଜଗି ଓ ଜୟ ପଣ୍ଡା ଗିରଫଦାରୀକୁ ଏଡାଇବାକୁ ଯାଇ ଫେରାର ହୋଇ ଆତ୍ମଗୋପନ କରିବା ନିଶ୍ଚିତ ବୋଲି ଅନୁମାନ କରିଛନ୍ତି ଆଇନଜୀବୀ ।

Leave a Reply