ବିଶ୍ୱସ୍ତରୀୟ ଏସସିବି ମେଡିକାଲ କଲେଜ ପାଇଁ ପଡ଼ିଲା ମୂଳଦୁଆ

1 min read

କଟକ : ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀରେ କଟକ ସହ ଯୋଡ଼ି ହୋଇଛି ବିକାଶର ନୂଆ ଅଧ୍ୟାୟ । କଟକ ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରସ୍ତୁତ ହୋଇଥିବା ବିସ୍ତ୍ରୁତ ଯୋଜନା ଆଜିଠାରୁ କାର୍ଯ୍ୟକାରୀ ହୋଇଛି । କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବସ୍ତରୀୟ ଏସସିବି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  ।

ସ୍ବତନ୍ତ୍ର ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସାଢ଼େ 4 କୋଟି ଓଡ଼ିଶାବାସୀ ମୋର ପରିବାର । ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ ବହୁତ ଋଣୀ । ଆଜି SCB କଲେଜର ମୂଳଦୂଆ ରଖାଗଲା  । କଟକ ସହ ବିଜୁବାବୁଙ୍କ ସମ୍ପର୍କ ଥିଲା ନିବିଡ଼ । ବିଜୁବାବୁଙ୍କ ଜନ୍ମ କଟକ ସହ ଆମୃ ପରିବାରର ସମ୍ପର୍କ ସ୍ବତନ୍ତ୍ର । ଏହି ଅବସରରେ SCBକୁ ବିଶ୍ବସ୍ତରୀୟ କରିବା କାମୃ ଆରମ୍ଭ ହେଲା । ଓଡ଼ିଶା ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯ଼ୋଡ଼ି ହେଲା । SCB ସାଧାରଣଲୋକଙ୍କ ଆଶା ଓ ଭରସାର କେନ୍ଦ୍ର । ରାଜ୍ୟ ବାହାରରୁ ଲୋକେ ମଧ୍ୟ ଚିକିତ୍ସା ପାଇଁ ଆସିଥାନ୍ତି  । ଏଭଳି ସ୍ଥିତିରେ SCBର ଭିତ୍ତିଭୂମି ବିକାଶ ଜରୁରୀ ହୋଇପଡ଼ିଛି । ଲୋକଙ୍କୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଯ଼ୋଗାଇଦେବା ଆମର ଲକ୍ଷ୍ୟ । ଆପଣମାନଙ୍କ ଆଶୀର୍ବାଦରେ ଆମ ସରକାର 20 ବର୍ଷ ପୂରଣ କରିଛି’ । ଲୋକଙ୍କ ଭଲ ପାଇବା ନିକଟରେ ଋଣୀ ବୋଲି କହିଛନ୍ତି ନବୀନ  ।

Leave a Reply