ବିଦେଶରୁ ଓଡ଼ିଶା ଆସୁଥିଲେ ଅନଲାଇନରେ ଦେବାକୁ ପଡ଼ିବ ସମସ୍ତ ତଥ୍ୟ

1 min read

ଭୁବନେଶ୍ୱର: ଆପଣ ବିଦେଶରେ ରହୁଛନ୍ତି କି ? ଯଦି ଓଡ଼ିଶା ଆସୁଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ତେବେ, ଓଡ଼ିଶା ଆସିବା ପୂର୍ବରୁ ଆପଣଙ୍କୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ବିଦେଶରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଅନଲାଇନରେ ପଞ୍ଜିକରଣ କରିବାକୁ ପଡ଼ିବ । ସେମାନେ https://covid19.odisha.gov.in/ ରେ ପଞ୍ଜିକରଣ କରିବେ । ସେଠାରେ ସେମାନଙ୍କୁ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେବା ପରେ ଓଡ଼ିଶା ଆସିବାକୁ ଅନୁମତି ମିଳିବ । ଆସିବାର ୨୪ ଘଣ୍ଟା ପୂର୍ବରୁ ପଞ୍ଜିକରଣ କରିବାକୁ ପଡ଼ିବ ।

ବିଦେଶରୁ ଫେରୁଥିବା ସମସ୍ତ ଲୋକଙ୍କୁ ୧୪ ଦିନ ନିରୀକ୍ଷଣରେ (କ୍ୱାରେଣ୍ଟାଇନ୍) ରଖାଯିବ । ବିଦେଶରୁ ୪ ମାର୍ଚ୍ଚ ପୂର୍ବରୁ ଫେରିଥିବା ବ୍ୟକ୍ତି ବିଶେଷ ମାର୍ଚ୍ଚ ୧୯ ସକାଳ ୬ଟା ସୁଦ୍ଧା ପ୍ରଶାସନକୁ ଅବଗତ କରାଇବାକୁ କୁହାଯାଇଛି । ତଥ୍ୟ ନଦେଲେ ଓଡ଼ିଶା କୋଭିଡ-୧୯ ନିୟାମକ ୨୦୨୦ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

କାୟା ମେଲାଉଥିବା କରୋନାରୁ କେମିତି ଦୁରେଇ ରହିବେ ?

ସରକାର ଓ ପ୍ରଶାସନକୁ ସେମାନେ ଅନଲାଇନ୍ ସହ ଟୋଲ୍ ଫ୍ରି ନମ୍ବର ୧୦୪ (104)ରେ ଯୋଗାଯୋଗ କରିପାରିବେ । ପଞ୍ଜିକରଣ ଓ ହୋମ୍ ଆଇସୋଲେସନ ପାଇଁ ସେମାନଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ଆପଣମାନଙ୍କ ସହଯୋଗ ହିଁ ରାଜ୍ୟକୁ କରୋନା ସଂକ୍ରମଣ ଠାରୁ ଦୂରେଇ ରଖିପାରିବ । ବିଦେଶରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଅନ୍ୟଙ୍କୁ ସଂକ୍ରମଣ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି । ଏହି ନିୟମ ଏପ୍ରିଲ୍ ୧୫ ତାରିଖ ଯାଏଁ ବଳବତ୍ତର ରହିବ । ଆବଶ୍ୟକସ୍ଥଳେ ସମୟ ସୀମାକୁ ମଧ୍ୟ ସରକାର ବୃଦ୍ଧି କରିପାରିବେ ।

https://www.facebook.com/nandighoshatv/videos/2685822044982751/

Leave a Reply