କାଲିଠାରୁ ମାଟ୍ରିକ୍‌ ଖାତାଦେଖା, ୬୧ କେନ୍ଦ୍ରରେ ମୂଲ୍ୟାୟନ କରିବେ ୧୬ହଜାର ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେଉଛି । ଏଥିପାଇଁ ବୋର୍ଡ ତାର ପ୍ରସ୍ତୁତିରେ କିଛି ପରିବର୍ତ୍ତନ କରିଛି । ପୂର୍ବରୁ ଖାତା ଦେଖା ନେଇ ପ୍ରସ୍ତୁତି ସାରିଥିବାବେଳେ ଏବେ କରୋନା ପାଇଁ ଏଥିରେ କିଛି ପରିବର୍ତ୍ତନ କରିଛି ବୋର୍ଡ । କରୋନା ଏବେ ଚାଲେଞ୍ଜିଂ ହୋଇଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ସମୟ ବଦଳାଇ ଦିଆଯାଇଛି ।

କେନ୍ଦ୍ର ଭିତରକୁ ଏକାଧିକ ଫାଟକ ଦେଇ ପ୍ରବେଶ କରିବାକୁ କୁହାଯାଇଛି । ଏକସମୟରେ ନଆସି ଅଲଗା ଅଲଗା ସମୟରେ ଆସିବା ସହ ଯିବା ଭିନ୍ନ ଭିନ୍ନ ସମୟ ସାରଣୀ ମଧ୍ୟ ପ୍ରସ୍ତୁତ କରାଯାଇଛି । ସାନିଟାଇଜର ସହ ପରୀକ୍ଷା କେନ୍ଦ୍ରକୁ ସଫାସୁତରା ରଖାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ସରକାରୀ ଆଡଭାଇଜରିକୁ କଡ଼ାକଡ଼ି ପାଳନ କରାଯିବ ବୋଲି ବୋର୍ଡ କହିଛି ।

ଖାତା ଦେଖାବେଳେ କେନ୍ଦ୍ରରେ କରୋନା ସତର୍କତା ପାଳନ ହେଉଛି କି ନାହିଁ ଜିଲ୍ଲା ଶିକ୍ଷାଧିକାରୀ ତାର ତଦାରଖ କରିବେ । ତେବେ ଠିକ ସମୟରେ ଖାତା ଦେଖା ଆରମ୍ଭ ହେଉଥିବାରୁ ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ ପାଇବ ବୋଲି ଆଶା ରଖିଛି ବୋର୍ଡ ।

 

ଏ ବର୍ଷ ୫ ଲକ୍ଷ ୬୦ ହଜାର ୯୦୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ୧୯ ଫେବ୍ରୁଆରୀରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା ।

Leave a Reply