ବିଲ୍‌ କରାଇଦେବାକୁ କହି cdpo ମାଡାମ ନେଉଥିଲେ ଲାଞ୍ଚ, ଦୁର୍ନିତୀ ନିବାରଣ ସପ୍ତାହ ଆରମ୍ଭରୁ ହିଁ ବଳି ପଡ଼ିଲେ

1 min read

କୋରାପୁଟ: ଦୁର୍ନୀତି ନିବାରଣ ସପ୍ତାହରେ ଜୟପୁର ଭିଜିଲାନ୍ସକୁ ସଫଳତା । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କୋରାପୁଟ ଜିଲ୍ଲା ନନ୍ଦପୁର cdpo । ନନ୍ଦପୁର ସିଡ଼ିପିଓ ହେଉଛନ୍ତି ସ୍ନିଗ୍ଧା ମହାନ୍ତି । ତେବେ ସ୍ନିଗ୍ଧା ମହାନ୍ତିଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ହଜାରେ କି ଦୁଇ ହଜାରେ ନୁହେଁ । ଏକାଥରକେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲାଞ୍ଚ ନେଉଥିଲେ ବାବୁଆଣି ।

ଏକ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଟ୍ରାପ କରିଛି ଭିଜିଲାନ୍ସ ବିଭାଗ । ବିଲ କରାଇବାକୁ କହି ଲକ୍ଷେ ୭୫ ହଜାର ଲାଞ୍ଚ ନେଉଥିଲେ । ତେବେ ଏହା ଦିନକର କଥା ନୁହେଁ । ପ୍ରତି ସମୟରେ ବିଲ କରାଇଦେବା କହି ଦାମ ଲଗାନ୍ତି ବାବୁଆଣି । ଏନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହେବା ପରେ ଜାଲ ବିଛାଇଥିଲା ଭିଜିଲାନ୍ସ । ପ୍ଲାନ ମୁତାବକ ଆଜି ଅଭିଯୋଗକାରୀଙ୍କୁ ଟଙ୍କାନେଇ ଦେବାକୁ କହିଥିଲା ଭିଜିଲାନ୍ସ । ତେବେ ଟଙ୍କା ଦେବା ସମୟରେ ଟ୍ରାପ କରିଛି ଭିଜିଲାନ୍ସ ।

ସେପଟେ ଭିଜିଲାନ୍ସ ବିଭାଗର ଆରମ୍ଭ ହୋଇଛି ଦୁର୍ନିତୀ ନିବାରଣ ସପ୍ତାହ । ଚଳିତ ବର୍ଷ ଥିମ ରହିଛି ସତର୍କ ଭାରତ, ସମୃଦ୍ଧ ଭାରତ । ଆଜିଠରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ଯାଏଁ ଚାଲିବ । ଏ ନେଇ ଭୁବନେଶ୍ବରରେ ଭିଜିଲାନ୍ସ ଏସପି କାର୍ଯ୍ୟଳୟରେ ଦୁର୍ନିତୀ ବିରୋଧରେ ଲଢେଇ କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ଏସପି ଅନୁପମା ଜେମ୍ସ ଶପଥ ପାଠ କରାଇଛନ୍ତି । ଦୁର୍ନିତୀ ସଂପର୍କରେ ନିକଟସ୍ଥ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ କିମ୍ବା ଟୋଲ ଫ୍ରି ନମ୍ବର ୧୦୬୪କୁ ସୂଚନା ଦେବାକୁ ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply