‘ଗୋ କରୋନା ଗୋ’ କହୁଥିବା କେନ୍ଦ୍ର ମନ୍ତ୍ରୀ ହେଲେ ସଂକ୍ରମିତ, ଦିନକ ପୂର୍ବରୁ ଭେଟିଥିଲେ ଏହି ଅଭିନେତ୍ରୀଙ୍କୁ…

ମୁମ୍ୱାଇ:କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକନ୍ ପାର୍ଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ରାମଦାସ ଆଠୱଲେ କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ମଙ୍ଗଳବାର ନମୁନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ବମ୍ୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ମିଳିଛି । ତେବେ ଆଠୱାଲେ ସଂକ୍ରମଣର ଶୀକାର ହେବା ପରେ ଅଭିନେତ୍ରୀ ପାୟଲ ଘୋଷଙ୍କ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କର କରୋନା ଟେଷ୍ଟ କରାଯିବ ।

ସୋମବାର ଆଠୱାଲେ ପାୟଲ ଘୋଷଙ୍କୁ ନିଜ ଦଳରେ ସାମିଲ କରିଥିଲେ । ଏଥିପାଇଁ ଏକ ଛୋଟ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଥିଲା । ସେଠାରେ ରାମଦାସ ଆଠୱାଲେ, ପାୟଲ ଘୋଷଙ୍କ ସମେତ ଅନ୍ୟ କିଛି ସମର୍ଥକମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଏବେ ସଙ୍ଗରୋଧରେ ରହିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ କରୋନା ସଂକ୍ରମଣ ପ୍ରଭାବ ବିସ୍ତାର କରିବା ପରେ ଆଠୱାଲେ ଏକ ବିଚିତ୍ର କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ସେ କରୋନା ହଟାଇବା ପାଇଁ ଗୋ କରୋନାର ନାରା ଦେଇଥିଲେ । ଏଥିପାଇଁ ସୋସିଆଲ ମିଡିଆରେ ଏଥିପାଇଁ ତାଙ୍କୁ ସମାଲୋଚନା କରାଯାଇଥିବା ବେଳେ ତାଙ୍କୁ ଥଟ୍ଟା କରାଯାଇଥିଲା ।

Leave a Reply