ରାଜ୍ୟରେ ହଟିବନି ରାତ୍ରୀକାଳୀନ କର୍ଫ୍ୟୁ, ସନ୍ଧ୍ୟା ୭ ପରେ ରାସ୍ତା ମନା

ଭୁବନେଶ୍ୱର: ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଅବଧିକୁ ଜୁନ୍ ୩୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଏଥିସହ ରାତ୍ରୀକାଳୀନ କର୍ଫ୍ୟୁକୁ ରାଜ୍ୟରେ ବଳବତ୍ତର ରଖାଯାଇଛି । ସନ୍ଧ୍ୟା ୭ଟା ପରେ ଘରୁ କେହି ବାହାରକୁ ବାହାରିବେ ନାହିଁ । ଏହି କଟକଣା ସକାଳ ୫ଟା ଯାଏଁ ବଳବତ୍ତର ରହିବ । ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ତେବେ, ଏହି ସମୟରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ଜିଲ୍ଲା ଓ ପୌର କର୍ତ୍ତୃପକ୍ଷ, ପୋଲିସ, ଡାକ୍ତର, ମେଡିକାଲ ଓ ପାରାମେଡିକାଲ ଷ୍ଟାଫ, ଆଇଟି କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ, ଔଷଧ ଦୋକାନୀଙ୍କ ଉପରେ ପ୍ରତିବନ୍ଧକ ରହିବ ନାହିଁ । ବିମାନବନ୍ଦର, ରେଲୱେ ଷ୍ଟେସନ ଓ ବସ୍ ଷ୍ଟାଣ୍ଡକୁ ଯାତ୍ରୀଙ୍କୁ ଆଣିବା ଓ ଛାଡ଼ିବାକୁ ଯାଉଥିବା ଗାଡ଼ି ଯାଇପାରିବ ।

୬୫ରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ, ୧୦ ବର୍ଷରୁ କମ୍ ବୟସର ଛୁଆଙ୍କୁ ବାହାରକୁ ବାହାରିବା ପାଇଁ ଅନୁମତି ନାହିଁ ।

ଏକା ଥରକେ ୧୨୯ ପଜିଟିଭ୍‌ ଚିହ୍ନଟ..

Leave a Reply