ପୁରୀ ରଥ ଖଳା ଅପ୍‌ଡେଟ୍‌: ଜୋର୍‌ସୋର୍‌ରେ ଚାଲିଛି ରଥ ନିର୍ମାଣ

1 min read

ପୁରୀ: ଜୁନ୍‌ 23ରେ ରଥଯାତ୍ରା । ବଡ଼ ଦାଣ୍ଡରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ଭଉଁରୀ ତିଥିରେ ରଥଖଳାରେ ୩ ରଥର ଚକାଡେରା ନୀତି ସମ୍ପନ୍ନ ହୋଇଛି । ପରମ୍ପରା ଅନୁସାରେ ତିନି ରଥର ଏକ ଯ଼ୋଡ଼ା ଚକ ସହ ଅଖ ସଂଯ଼ୋଗ ନୀତି ସମ୍ପନ୍ନ ହୋଇଛି । ଗତ ଶୁକ୍ରବାର ଚକ ଉପରେ ପଂକ୍ତି ଭୋଗ ପରେ ବିଧି ମୁତାବକ ୩୬ଟି ଚକରେ ୧୮ ଅଖକୁ ସଂଯ଼ୋଗ କରାଯାଇଛି । ଭୋଇ ସେବକ ମାନେ ଏହି ନୀତି ସମ୍ପନ୍ନ କରିଛନ୍ତି । ୩ ରଥର ଦଣ୍ଡା ଓ ଗରଗରା ନିର୍ମାଣ ଶେଷ ହୋଇଥିବାବେଳେ ଏହାକୁ ଚକ ଉପରେ ପକାଇ ଗୟଳ ମୋଡ଼ କରାଯିବା ବାକି ରହିଛି । ସେପଟେ ସ୍ନ।ନଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଖୋଲିବନି ଶ୍ରୀମନ୍ଦିର ବୋଲି ନିଷ୍ପତ୍ତି ହୋଇଛି ।

ସେ ଭକ୍ତଙ୍କୁ ବଡ଼ ଦାଣ୍ଡ ମନା ଥିବା ବେଳେ ସମସ୍ତେ ଟେଲିଭିଜନ୍‌ରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ବୋଲି କୁହାଯାଇଛି । ଚଳିତବର୍ଷ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଶ୍ରୀଜିଉଙ୍କ ସ୍ନ।ନଯାତ୍ରାର ସିଧା ପ୍ରସାରଣ କରାଯିବ । ମହାପ୍ରଭୁଙ୍କ ସେବା ସମୟରେ ସେବାୟତମାନେ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବେ । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଶ୍ରୀଜିଉଙ୍କ ସେବା କରିବାକୁ ସେବାୟତମାନେ ସମ୍ମତି ପ୍ରକାଶ କରିଛନ୍ତି । ସ୍ନ।ନଯାତ୍ରା, ଅଣସର ସେବା, ରଥଯାତ୍ରା, ବାହୁଡ଼ା, ଅଧରପଣା ଏବଂ ନୀଳାଦ୍ରି ବିଜେରେ କେବଳ ଜରୁରି ଥିବା ସେବାୟତ ସାମିଲ ହେବେ । ତେବେ ରଥଯାତ୍ରା ପାଇଁ ପୁରୀରୁ ଗଡିବନି ଟ୍ରେନ୍‌ । ଜୁନ୍‌ ପହିଲାରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌ ପୁରୀରୁ ଛାଡ଼ିବନି । ପୁରୀ ବଦଳରେ ଭୁବନେଶ୍ୱରରୁ ଯାତ୍ରା କରିବ ପୁରୁଷୋତ୍ତମ ଏକ୍ସପ୍ରେସ୍‌ । ସିଆଲଦା-ପୁରୀ ଏକ୍ସପ୍ରେସ୍‌ ମଧ୍ୟ ପୁରୀ ଷ୍ଟେସନ ଯିବନି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନେଇଛି ରେଳ ବିଭାଗ ।

Leave a Reply