ବାଲି ବୋଝେଇ ଗାଡ଼ି ପୋଡ଼ି ଘଟଣା: ୫ ଜଣଙ୍କୁ ଅଟକ ପ୍ରତିବାଦରେ ଥାନା ଘେରାଉ, ପୋଲିସର ଲାଠିଚାର୍ଜ୍

1 min read

ଗଂଜାମ: ଗଂଜାମ ଜିଲ୍ଲା ହିଞ୍ଜିଳ ଥାନା କୋଳିଦାଶପୁରରେ ଗାଡି ପୋଡି ଘଟଣା ନେଇ ଉତ୍ତେଜନା । ଗାଁର ୫ ଜଣଙ୍କୁ ଅଟକ ପ୍ରତିବାଦରେ ହିଞ୍ଜିଳି ଥାନା ଘେରାଉ କରିଛନ୍ତି ଶତାଧିକ ଲୋକ । ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ଲାଠିଚାର୍ଜ କାରିଛି ପୋଲିସ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ଘଟଣାସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ଶୁକ୍ରବାର ରାତିରେ ଋଷିକୂଲ୍ୟା ବାଲିଘାଟରୁ ବାଲି ଚୋରା ଚାଲାଣ ବେଳେ କିଛି ଦୁର୍ବୃତ୍ତ ଗାଡ଼ି ଗୁଡ଼ିକୁ ଅଟକାଇବା ସହ ସେମାନଙ୍କୁ ଦାଦାବଟି ବା ଚାନ୍ଦା ମାଗିଥିଲେ । ତେବେ ବାଲି ବୋଝେଇ କରି ନେଉଥିବା ଗୋଷ୍ଠି ଚାନ୍ଦା ଦେବାକୁ ମନା କରିଥିଲେ । ଏଥିପାଇଁ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ଲାଗିଥିଲା । ପରେ ଏହା ଅତି ଭୟଙ୍କର ହୋଇଥିଲା ।

https://www.facebook.com/NandighoshaTV/videos/1220237101687419/

ଏହି ଘଟଣାରେ ଦୁର୍ବୃତ୍ତମାନେ ଉତ୍‌କ୍ଷିପ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିଥିବା ସହ ଗାଡ଼ି ଗୁଡ଼ିକୁ ପୋଡ଼ି ଦେଇଥିଲେ । ସେଥିରେ ଦୁଇଟି ଟ୍ରାକ୍ଟର, ତିନୋଟି ଟ୍ରକ ଓ ଦୁଇଟି ମୋଟରସାଇକେଲ ସାମିଲ ଥିଲା । ଏନେଇ ଥାନାରେ ଅଭିଯୋଗ  ମଧ୍ୟ ହୋଇଛି । ତେବେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହାସହ ସ୍ଥାନୀୟ ଏସ୍‌ଡିପିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାଥମିକ ତଦନ୍ତ ପରେ ପୋଲିସ ଉକ୍ତ ଗାଁର ୫ ଜଣ ଯୁବକଙ୍କୁ ଅଟକ ରଖିଥିଲା । ଗାଁର ଏହି ୫ ଜଣଙ୍କୁ ଅଟକ ରଖାଯାଇଥିବା ପ୍ରତିବାଦରେ ରବିବାର ସକାଳୁ ଶତାଧିକ ଗ୍ରାମବାସୀ ଥାନା ଘେରାଉ କରିଥିଲେ । ଫଳରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଅଧିକ ଫୋର୍ସ ଡକାଇଥିଲା । ଲୋକମାନେ ଅଧିକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିବାରୁ ପୋଳିସ ଲାଠିଚାର୍ଜ କରିଥିଲା । ଏବେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି ।

Leave a Reply