ରଜ୍ୟରେ ପୁଣି ୧୦ ମୁଣ୍ଡ ନେଲା କରୋନା, ଗଞ୍ଜାମରୁ ସର୍ବାଧିକ

2 min read
Corona Update

ଭୁବନେଶ୍ୱର: ରଜ୍ୟରେ ପୁଣି ୧୦ ମୁଣ୍ଡ ନେଲା କରୋନା । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ପଟେ ଆଜି ରାଜ୍ୟରେ ୨୯୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୧୦ ଜଣଙ୍କ ଜୀବନ ନେଇଛି କରୋନା । ଯାହାକି ଚିନ୍ତାର ବିଷୟ ପାଲଟିଛି ।  ତେବେ ୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩ ଜଣ ରହିଥିବା ବେଳେ ରାୟଗଡ଼ାର ୨ ଜଣ ରହିଛନ୍ତି । ସେହିଭଳି କଟକର ୨ ଜଣ ରହିଥିବା ବେଳେ ନୟାଗଡ଼ର ଜଣେ, ଗଜପତିର ଜଣେ ଓ ବଲାଙ୍ଗିରର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମର ୩ ମୃତକଙ୍କ ମଧ୍ୟରୁ ଜଣେ ୬୦ ବର୍ଷର ପୁରୁଷ । ସେ ଡାଇବେଟିସ୍‌, ହାଇପରଟେନ୍‌ସନ୍‌ ଓ କ୍ରୋନିକ୍‌ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ । ସେହିଭଳି ଆଉ ଜଣେ ୬୧ ବର୍ଷୀୟ ପୁରୁଷ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ ତାଙ୍କର କୌଣସି ଅନ୍ୟ ରୋଗଥିବା ସୂଚନା ନାହିଁ । ତେବେ ତୃତୀୟ ମୃତକ ହେଉଛନ୍ତି ୭୦ ବର୍ଷୀୟ ପୁରୁଷ ।

ସେହିଭଳି ରାୟଗଡ଼ାରୁ ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ ହେଲେ ୫୬ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୪୫ ବର୍ଷୀୟ ପୁରୁଷ ।

କଟକର ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ ହେଲେ ୮୭ ବର୍ଷୀୟ ମହିଳା ଯିଏ କି Chronic Obstructive Pulmonary Disease, Hypertension, Old Cerebro Vasular ଆକ୍ସିଡେଣ୍ଟରେ ସମ୍ମୁଖୀନ ହୋଇଥିଲେ । ଅନ୍ୟ ଜଣେ ମୃତକ ହେଉଛନ୍ତି ୭୫ ବର୍ଷୀୟ ପୁରୁଷ ଯିଏ କି  ପୂର୍ବରୁ ମଧୁମେହ, Hypothyroidism, କିଡନୀ ଜନିତ ରୋଗର ଶିକାର ଥିଲେ ।  ।

ନୟାଗଡ଼ର ମୃତକ ଜଣକ ହେଉଛନ୍ତି ୫୮ ବର୍ଷୀୟ ପୁରୁଷ, ସେ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ଥିଲେ । ସେହିଭଳି ଗଜପତି ଜିଲ୍ଲାର ମୃତକ ହେଉଛନ୍ତି ୪୫ ବର୍ଷୀୟ ପରୁଷ, ସେ ମଧ୍ୟ ଡାଇବେଟିସ୍ ରୋଗରେ ପୂର୍ବରୁ ଆକ୍ରାନ୍ତ ଥିଲେ । ଅନ୍ୟପଟେ ବଲାଙ୍ଗିରରୁ ମଧ୍ୟ ଜଣେ ୪୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ‌ମଧ୍ୟ ପୂର୍ବରୁ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ଥିଲେ ।

Leave a Reply