ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ ଜାଣିଛନ୍ତି କି ? ଲିକ୍ ହେଲା ଇମ୍ରାନଙ୍କ ସାଲାରି ସ୍ଲିପ୍ !

Joe Biden Kamala Harris Win In Elections Imran Nawaz Congratulate Them Look Forward For PAK US Relations

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ରାଜା ଭଳି ଜୀବନ ବିତାନ୍ତି । ମହଲରେ ରୁହନ୍ତି । ବିରାଟ ଇଷ୍ଟେଟର ମାଲିକ । କିନ୍ତୁ ସବୁବେଳେ କହୁଥିଲେ ମୋ ଦରମା ବହୁତ କମ । ତେବେ ଲୋକ ବିଶେଷକରୀ ପାକିସ୍ତାନୀ ଭାବୁଥିଲେ ଯଦି ତାଙ୍କ ପ୍ରଧାନମନ୍ତ୍ରୀଙ୍କ ଦରମା ଏତେ କମ ,ତେବେ ସେ ଏମିତି ରାଜକୀୟ ଜୀବନ କେମିତି ବିତାଉଛନ୍ତି ?

ଇମ୍ରାନ୍ ଖାନ୍ ସରକାରୀ ଆବାସରେ ନୁହେଁ ନିଜ ଘରେ ରୁହନ୍ତି । ତେଣୁ ଫୁଟାଣି ମାରି କହୁଥିଲେ ନିଜେ ଘରେ ରହୁଛି ବୋଲି ସରକାରୀ ଖର୍ଚ୍ଚର ୪୦ପ୍ରତିଶତ ବଂଚାଇ ପାରୁଛି । ସେ ବହୁତ ସ୍ଥାନରେ ଆଗରୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଭାବେ ଯେତିକି ଦରମା ପାଆନ୍ତି ସେଥିରେ ତାଙ୍କ ଖର୍ଚ୍ଚ ଉଠେନା ।

ତେବେ ଚଳିତ ବର୍ଷ ଆରମ୍ଭରେ ଅଚାନକ ଇମ୍ରାନଙ୍କ ସାଲେରି ସ୍ଲିପ୍ ଲିକ୍ ହୋଇଯାଇଥିଲା । ସାଲେରି ସ୍ଲିପର ଅନଲାଇନ୍ ଅବିର୍ଭାବ ପରେ ଜଣା ପଡିଥିଲା ଯେ, ଇମ୍ରାନ୍ ନିଜ ଦରମା ବଢାଇଛନ୍ତି!

ଦରମା କେତେ ?

ଫେବ୍ରୁଆରି ୨୦୧୯ର ତାଙ୍କ ସାଲେରି ସ୍ଲିପ୍ ଲିକ୍ ହେବା ପରେ ଜଣା ପଡିଛି ଇମ୍ରାନ୍ କେତେ ଦରମା ପାଆନ୍ତି । ଇମ୍ରାନଙ୍କ ଗ୍ରସ ସାଲେରି ହେଉଛି ୨ ଲକ୍ଷ ୧ହଜାର ୫୭୪ ଟଙ୍କା । ୪୫୯୫  ଟଙ୍କା ଟ୍ୟାକ୍ସ କଟିବା ପରେ ତାଙ୍କ ଟେକ୍ ହୋମ୍ ସାଲେରି ହେଉଛି ୧୯୬,୯୭୯ ଟଙ୍କା ।

ସାଲେରି ଡିଟେଲ୍

ଇମ୍ରାନଙ୍କ ବେସିକ୍ ସାଲେରି ହେଉଛି ୧୦୭,୨୮୦ ଟଙ୍କା । ୫୦ ହଜାର ଟଙ୍କା ସପ୍ଲିମେଣ୍ଟ୍ ଆଲାଉନ୍ସ ଭାବେ ମିଳିଥାଏ । ଏହାଛଡା ୨୧ ହଜାର ୪୫୬ ଟଙ୍କା ରିଲିଫ୍ ଆଲାଉନ୍ସ,୧୨୧୧୦ ଟଙ୍କା ଆଡହକ୍ ଆଲାଉନ୍ସ । ଏହାସହ ତାଙ୍କୁ ୧୦୭୨୮ ଟଙ୍କାର ଆଉ ଗୋଟିଏ ଆଲାଉନ୍ସ ମଧ୍ୟ ମିଳିଥାଏ ।

ଇମ୍ରାନଙ୍କ ସଂପତି କେତେ ?

ଇମ୍ରାନଙ୍କ ପାଖରେ ରହିଛି ୭୫ କୋଟି ଟଙ୍କାର ଜମି । ଇମ୍ରାନଙ୍କ ଘର କୌଣସି ମହଲଠାରୁ କମ ନୁହେଁ । ତାଙ୍କ ଇଷ୍ଟେଟରେ ଜଙ୍ଗଲ ମଧ୍ୟ ରହିଛି । ଆଧୁନିକ ସୁରକ୍ଷା ଉପକରଣ ଦ୍ୱାରା ଏହା ଉପରେ ନଜର ରଖାଯାଇଥାଏ ।

Leave a Reply