ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, ମଧୁବାବୁ ପେନସନ୍ ଯୋଜନାରେ କିନ୍ନର ପାଇବେ ଭତ୍ତା

1 min read

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଯୋଜନାରେ କିନ୍ନର ପାଇବେ ସହାୟତା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଥିବା କିନ୍ନରମାନେ ଏହାଦ୍ୱାରା ଉପକୃତ ହେବେ । କିନ୍ନର ମାନଙ୍କୁ ମଧୁବାବୁ ପେନସେନ୍ ଯୋଜନାରେ ସାମିଲ୍ କରାଯିବ । ଭତ୍ତା ପାଇଁ ସେମାନେ ପେନସନ୍ ପୋର୍ଟାଲ କିମ୍ବା ଫର୍ମରେ ଆବେଦନ କରିପାରିବେ ।

ଏଥିସହଲ ମଧୁବାବୁ ପେନସନ ପାଉଥିବା ୪୮ ଲକ୍ଷ ହିତାଧିକାରୀଙ୍କୁ ଆଉ ଏକ ହଜାର ଟଙ୍କା ଲେଖାଏଁ ଆସନ୍ତା ୪ ମାସ ପାଇଁ ଅଗ୍ରୀମ ଦିଆଯିବ । ଏନେଇ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ମଧୁବାବୁ ପେନସନ୍ ଜରିଆରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ ।

ଟ୍ରାନ୍ସଜେଣ୍ଡର ଓ ଭିକ୍ଷୁକଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ  ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗ ଉନ୍ନୟନ ପରିଷଦ ସଭାପତି ମୀରା ପରିଡା ସ୍ୱାଗତ କରିଛନ୍ତି । ସେ କହିଛନ୍ତି  ଯେ, ଆମ ମାନଙ୍କର ତଥା ସମସ୍ତଙ୍କ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆମ୍ଭେ କିନ୍ନର ସଙ୍ଗ ତରଫରୁ ଧନ୍ୟବାଦ୍ ଅର୍ପଣ କରୁଛୁ କି ଯେ କିନ୍ନର ମାନଙ୍କ ସାମଗ୍ରିକ ବିକାଶପାଇଁ ଅହରହ ପ୍ରଚେଷ୍ଟା ଓ ପଦକ୍ଷେପ ସାରା ଭାରତ ବର୍ଷରେ ଅନନ୍ୟ। ଆଗରୁ କିନ୍ନର ମାନଙ୍କ ଖାଦ୍ୟ ସୁରକ୍ଷା ଯୋଜନା ହେଉ କିମ୍ବା ସେମାନଙ୍କୁ ସେମାନଙ୍କର SHG ମାଧ୍ୟମରେ ବିଭିନ୍ନ ଜୀବନ ଜୀବିକା ପାଇଁ ନେଇଥିବା ପଦକ୍ଷେପ ସମଗ୍ର ଭାରତବର୍ଷରେ ଉଦାହରଣ । ଯେଉଁଥିପାଇଁ ଆଜି ସମଗ୍ର ଭାରତବର୍ଷରେ କିନ୍ନର ମାନଙ୍କର ଉନ୍ନତି ପାଇଁ କରାଯାଉଥିବା ଯେ କୌଣସି କାର୍ଯ୍ୟ ପୂର୍ବରୁ ଓଡ଼ିଶାକୁ ଉଦାହରଣ ରୁପେ ଦେଖାଯାଉଛି ।

 

Leave a Reply