ନଦୀରୁ ଧରି ଆଣିଲେ କୁମ୍ଭୀର, ପ୍ରଥମେ ନଖ କାଟିଲେ ଏବଂ ପରେ ମାଂସ ଖାଇଗଲେ ! ଭାଇରାଲ ହେଲା ଫଟୋ…

କାଲିମେଳା: ଆପଣ ମାନେ କୁମ୍ଭୀର ମଣିଷକୁ ଖାଇବା ଶୁଣିଥିବେ । ଆମ ରାଜ୍ୟ ଭିତରେ ଏମିତି ଅନେକ ବାର ଘଟିଛି । ନଦୀରେ ଗାଧୋଇଲା ବେଳେ ହେଉ କି କୁମ୍ବୀର ଦେଖିବା ପାଇଁ ବୁଲି ବାକୁ ଗଲାବେଳେ ହେଉ । ନଦୀ ଭିତରୁ ଲୋକଙ୍କୁ କୁମ୍ଭୀର ଟାଣି ନେଇ ତାର ଆହାର ବନେଇଛି । ଏଭଳି ଖବର ଆମ ପାଖକୁ ଅନେକ ବାର ଆସିଛି । କିନ୍ତୁ କୁମ୍ଭୀରକୁ ନେଇ ଆମ ପାଖରେ ଏମିତି ଏକ ଖବର ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କର ଲୋମ ଟାଙ୍କୁରି ଉଠିବ । ସେହି ଘଟଣାଟି ହେଉଛି ରାଜ୍ୟ ଭିତରେ ଏକ ଗାଁ ଅଛି ଯେୁଉଁଠି କୁମ୍ଭୀରକୁ ମାରି ଲୋକ ନିଜର ଆହାର ବନେଇଛନ୍ତି ।

ନଦୀରୁ ଆଣିବା ପରେ ପୁରା ଗାଁ ୧୦ ଫୁଟର କୁମ୍ବୀରକୁ କାଟି ଭାଗ ଭାଗ କରି ବାଣ୍ଟି ନେଇଛନ୍ତି ବୋଲି ସୂଚନା ମିଳିଛି । ଖାଲି ସେତିକି ନୁହେଁ ଉକ୍ତ କାର୍ଯ୍ୟରେ ଲିପ୍ତ ଥିବା ଲୋକେ ସେହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏଭଳି ଏକ ଘଟଣା ଘଟିଛି ମାଲକାନାଗିରି ଜିଲ୍ଲା ପଡିଆ ବ୍ଳକ ର କାଲଦାପଲ୍ଲୀ ଅଞ୍ଚଳରେ । ସେପଟେ ଏନେଇ ଚୁପ ବସିଛି ବନ ବିଭାଗ ।

ସୂଚନା ଅନୁଯାୟୀ, ଶାବେରୀ ନଦୀରୁ ଗଲା ମଙ୍ଗଳବାର ସ୍ଥାନୀୟ ଲୋକେ ଏକ କୁମ୍ଭୀର ଉଦ୍ଧାର କରି ଆଣିଥିଲେ । କୁମ୍ଭୀରର ଲମ୍ଭ ପ୍ରାୟ ୧୦ ଫୁଟ ହେବ । ଉଦ୍ଧାର କରି ଆଣିବା ପରେ କୁମ୍ଭୀର ଟିକୁ ଏକ ତେନ୍ତୁଳି ଗଛରେ ବାନ୍ଧି ଦେଇଥିଲେ । ଏହା ଆମେ କହୁନୁ ଯାହା ଫଟୋ କହୁଛି ତାହା ଆମେ ଆପଣଙ୍କୁ କହୁଛୁ । ଏହା ପରେ କୁମ୍ଭୀରଟିକୁ ଦେଖିବା ପାଇଁ ବହୁତ ଲୋକଙ୍କର ଭିଡ଼ ଜମିଥିଲା  । ଏହା ପରେ ନଦୀରୁ ଧରିଆଣିଥିବା କୁମ୍ଭୀରଟିର ପ୍ରଥମେ ନଖ କାଟିବା ପରେ ତାକୁ ହାଣି ଦେଇଥିଲେ  । ଏହାପରେ କୁମ୍ଭୀରଟିକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାଗ ଭାଗ କରି ନେଇଯାଇଥିଲେ । ଏଥିସହ ସ୍ଥାନୀୟ ଲୋକ ଏହି ସବୁ ଘଟଣାକୁ କ୍ୟାମେରାରେ କଏଦ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ମଧ୍ୟ କରିଛନ୍ତି ।

ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଯିବାର ୨୪ ଘଣ୍ଟା ରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ବନବିଭାଗର ହାତ ଖାଲି ରହିଛି । ଅନ୍ୟପଟେ ଏ ସମ୍ପର୍କରେ କାଲିମେଳା ରେଞ୍ଜରଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଖବର ପାଇ ନାହାନ୍ତି ଏବଂ ସ୍ଥାନୀୟ ଲୋକ ଏନେଇ କୌଣସି ତଥ୍ୟ ଦେଉନାହାନ୍ତି ବୋଲି କହିଛନ୍ତି ।

Leave a Reply