ଯିଏ ଦଳ ବିରୋଧୀ କାର୍ଯ୍ୟ କରିବ ତା’ ଉପରେ କାର୍ଯ୍ୟାନୁଷ୍ଠାନ ହେବ: ପ୍ରମିଳା

1 min read

ଭୁବନେଶ୍ୱର: ବାଲେଶ୍ୱର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ଜୀବନ ପ୍ରଦୀପ ଦାଶଙ୍କୁ ନିଲମ୍ବନ ନେଇ ବିଜେଡି ଉପସଭା ନେତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ପ୍ରମିଳା କହିଛନ୍ତି- ଯିଏ ଦଳ ବିରୋଧୀ କାର୍ଯ୍ୟ କରିବ ତା’ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ୨୦୦୦ ମସିହାରୁ କାର୍ଯ୍ୟାନୁଷ୍ଠାନ ହୋଇଆସୁଛି । ବିଜେଡି ସୁପ୍ରିମୋ ଦଳ ବିରୋଧୀ କାର୍ଯ୍ୟ ଅନୁଭବ କରିଥିବାରୁ ଜୀବନ ପ୍ରଦୀପ ଦାଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

Jiban Pradip Dash Suspension From BJD Will Not Hamper In Balasore By Poll Vote Says Pramila Mallick

ଜୀବନ ଷଡ଼ଯନ୍ତ୍ରର ଶିକାର ହେବା ଅଭିଯୋଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା ମଲ୍ଲିକ । ଉତ୍ତରରେ ସେ କହିଛନ୍ତି- ଜୀବନ ପ୍ରଦୀପ ଛୋଟ ପିଲା ନୁହଁନ୍ତି ଯେ ଷଡ଼ଯନ୍ତ୍ରର ଶିକାର ହେବେ । ତାଙ୍କ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଭୋଟ୍ ଉପରେ କିଛି ପ୍ରଭାବ ପଡ଼ିବନି ବୋଲି ସେ ଦୃଢ଼କ୍ତାର ସହ କହିଛନ୍ତି ।

ବାଲେଶ୍ୱର ସଦର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତାଇବାକୁ ଚେଷ୍ଟା କରିବା ପରିବର୍ତ୍ତେ ପରାଜିତ ପାଇଁ ଜୀବନ ପ୍ରଦୀପ ଗୁପ୍ତ ମନ୍ତ୍ରଣା କରିଥିବା ସୂଚନା ମିଳିଛି । ଏଭଳି କି ତାଙ୍କ କର୍ମୀ ବିଜେଡି ଛାଡ଼ି ଅନ୍ୟ ଦଳରେ ମିଶିଥିବା ମଧ୍ୟ ସୂଚନା ରହିଛି । ଗତ ସାଧାରଣ ନିର୍ବାଚନରେ ଶ୍ରୀ ଦାଶ ପରାଜିତ ହୋଇଥିଲେ । ଚଳିତ ଉପନିର୍ବାଚନରେ ନିର୍ବାଚନ ଲଢ଼ିବା ନେଇ ଆଶାବାଦୀ ଥିଲେ । ଏଣୁ ସେ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ହରାଇବାକୁ ଚକ୍ରାନ୍ତ କରିଥିବା କୁହାଯାଉଛି ।

ବିଜେଡିରୁ ନିଲମ୍ୱିତ ହେଲେ ଜୀବନ ପ୍ରଦୀପ ଦାଶ, ଉଚିତ ପଦକ୍ଷେପ ବୋଲି କହିଲେ ପ୍ରମିଳା ମଲ୍ଲିକ

Leave a Reply