ରାଜ୍ୟର ୫ଟି ସହରରେ ଚାଲିଛି ଜେଇଇ ଆଡଭାନ୍ସ ପରୀକ୍ଷା…

ଭୁବନେଶ୍ୱର: ଆଜି ସାରା ଦେଶରେ ଜେଇଇ ଆଡଭାନ୍ସ ପରୀକ୍ଷା । ଦେଶରେ ୧ ଲକ୍ଷ ୬୦ ହଜାର ୮୩୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ । ଦୁଇଟି ସିଫ୍ଟ ଅନୁସାରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ ଟାରୁ ୧୨ଟା ଏବଂ ଦ୍ବିତୀୟ ସିଫ୍ଟ ଅପରାହ୍ନ ୨ଟା ୩୦ରୁ ସଂଧ୍ୟା ୫ଟା ୩୦ମଧ୍ୟରେ ହେବ ।  ପରୀକ୍ଷାରେ କୃତି ଛାତ୍ରଛାତ୍ରୀ ଦେଶର ୨୩ଟି ଆଇଆଇଟି କଲେଜରେ ନାମ ଲେଖାଇ ପାରିବେ  ।

ଚଳିତ ବର୍ଷ କରୋନା ନେଇ ପରିକ୍ଷାର୍ଥୀଙ୍କ ପାଇଁ ନିର୍ଦ୍ଦିଷ୍ଟ ନିୟମ ରଖାଯ଼ାଇଛି । ସାମାଜିକ ଦୂରତା ସହ ଛାତ୍ର ଛାତ୍ରୀ ସାନିଟାଇଜର, ମାସ୍କ ଓ ପାଣି ବୋତଲ ସାଥିରେ ନେଇ ଆସିବେ ।  ଦେଶରେ ୧ ହଜାର ୧୫୦ଟି ପରୀକ୍ଷା କେନ୍ଦ୍ର କରାଯ଼ାଇଛି । ପରୀକ୍ଷା ସମ୍ପୂର୍ଣ୍ଣ ଅନଲାଇନ ମୋଡରେ ହେବ । ଓଡ଼ିଶାର ୫ଟି ସହର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ 5 ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା ।

ତେବେ କରୋନା ସଂକ୍ରମଣ ଯୋଗୁଁ ସାମାଜିକ ଦୂରତ୍ୱକୁ ଧ୍ୟାନ ଦେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ରାଜ୍ୟ ୫ଟି ଯାକ କେନ୍ଦ୍ରରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ବ୍ୟାରିକେଟ୍ ଭିତରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଛଡ଼ା ଯାଉଥିବା ବେଳେ ସମସ୍ତଙ୍କୁ ସାନିଟାଇଜର ଓ ମାସ୍କର ସୁବିଧା ଯୋଗାଇ ଦିଆଯାଇଛି ।

Leave a Reply