ଦୁର୍ଘଟଣାଗ୍ରସ୍ତ ଯୁବତୀଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ 5T ସଚିବ ଭି.କେ ପାଣ୍ଡିଆନ୍…

1 min read

ପୁରୀ: ଦୁର୍ଘଟଣାରେ ଆହତ ଯୁବତୀଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଲେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ପୁରୀକୁ ଯିବା ବାଟରେ ଜଣେ ଗୁରୁତର ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗୁରୁତର ଯୁବତୀ ଜଣଙ୍କ ହେଲେ ହଳଦିଆର ଅନ୍ନପୂର୍ଣ୍ଣା ସାହୁ ।

 

ଏକ ମୋପେଡରେ ଯିବାବେଳେ, ମାଳତୀପାଟପୁର ଠାରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ପାଣ୍ଡିଆନ ପୁରୀ ଯାଉଥିଲେ । ଗୁରୁତର ଯୁବତୀଙ୍କୁ ଦେଖି ଅଟକିବା  ସହ  ନିଜ ଗାଡିରେ ବସାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ପାଣ୍ଡିଆନଙ୍କୁ ଡାକ୍ତରଖାନା ମଧ୍ୟରେ ଦେଖି ତତ୍ପରତା ପ୍ରକାଶ ପାଇଥିଲା ।

ଖବର ପାଇ କୁମ୍ଭାରପଡା ଥାନା IIC ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ  । ଅନ୍ନପୂର୍ଣ୍ଣାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ କହି ପାଣ୍ଡିଆନ ତାଙ୍କ ଗାଡ଼ିରେ ଚାଲିଯାଇଥିଲେ ।  ଅନ୍ନପୂର୍ଣ୍ଣାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପରେ ସେ ସୁସ୍ଥ ଅନୁଭବ କରିବାକୁ ତାଙ୍କୁ ଘରକୁ ପଠାଇଦିଆଯାଇଛି ।

Leave a Reply