ଜନତା କର୍ଫ୍ୟୁ ଏବଂ ଲକଡାଉନ୍ ରୋକିବ କରୋନା ସଂକ୍ରମଣ !

କରୋନା ସଂକ୍ରମଣକୁ ଅଟକାଇବ ଜନତା କର୍ଫ୍ୟୁ ଏବଂ ଲକ୍‌ ଡାଉନ୍‌ । ଦିନକୁ ଦିନ କରୋନା ତାହାର କାୟା ବିସ୍ତାର କରିବାରେ ଲାଗିଛି । ଜଣଙ୍କ ପରେ ଜଣେ ସଂକ୍ରମିତ ହେବାରେ ଲାଗିଛନ୍ତି । ଏଭଳି ସମୟରେ ଏହି ଚେନ୍‌କୁ ଭାଙ୍ଗିବା ଅର୍ଥାତ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ରୋକିବା ଲାଗି ଜନତା କର୍ଫ୍ୟୁ ଏବଂ ଲକ୍‌ ଡାଉନ୍‌ ଭଳି ପଦକ୍ଷେପ ଫଳପ୍ରଦ ହେବ ବୋଲି କହିଛନ୍ତି ବିଶେଷଜ୍ଞ । କରୋନା ମୁକାବିଲା ନେଇ ଚୀନ ତା’ ଅଭିଜ୍ଞତାରୁ କହିଛି ଯେ, ଉହାନରେ  ଲକ୍‌ଡାଉନ୍‌ ଦ୍ୱାରା ଏହି ରୋଗ ନିୟନ୍ତ୍ରିତ ହୋଇଥିଲା। ଉହାନ୍‌ ପ୍ରାୟ ୨ମାସ ପାଇଁ ବନ୍ଦ ରହିଥିଲା।

ଉହାନରେ ଲକ୍‌ଡାଉନ୍‌ ଷ୍ଟ୍ରାଟେଜି ସଫଳ ହେବା ପରେ ସମାନ ପଦକ୍ଷେପ ଗ୍ରହଣ କରିଛି ଭାରତ । ଡାକ୍ତରଙ୍କ କହିବା ଅନୁସାରେ ଜନତା କର୍ଫ୍ୟୁ ଏବଂ ଲକଡାଉନ୍ ଏହି ବିସ୍ତାରକୁ ହ୍ରାସ କରିବାରେ ସାହାଯ୍ୟ କରିବ । ଯଦି ଏହି ପ୍ରୟାସ ଗୁଡିକ ସଫଳ ହୁଏ ତାହେଲେ ସଂକ୍ରମଣକ ଭାଙ୍ଗିଯିବ । ଏହା ଦ୍ୱାରା ସଂକ୍ରମଣର ବିପଦକୁ ଏଡ଼ାଇ ଦିଆଯାଇପାରିବ । ଡାକ୍ତଙ୍କ କହିବାନୁସାରେ ଏହି ମାମଲା ସଂକ୍ରମଣ ଯୋଗୁଁ ବଢୁଛି ଏବଂ ଏହି ସମୟରେ ସଂକ୍ରମଣକୁ ବନ୍ଦ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ।

କରୋନା ସଂକ୍ରମଣ ଉପରେ ଅନୁସନ୍ଧାନ କରୁଥିବା ପ୍ରଫେସରଙ୍କ କହିବାନୁସାରେ ଯେଉଁ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ସେହି ଦେଶ ଲକଡାଉନ୍ ପଦକ୍ଷେପ ଆପଣାଇବା ଉଚିତ୍ । ସଂକ୍ରମଣ ବନ୍ଦ କରିବା ପାଇଁ ସମସ୍ତ ଦେଶ ଏହା କରିବା ଆବଶ୍ୟକ। ଏହି ପ୍ରକ୍ରିୟା ଦ୍ୱାରା ଏହାକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ । ଜନତା କର୍ଫ୍ୟୁ ଭଳି ପଦକ୍ଷେପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛି। ଏହି ବିପଦରୁ ରକ୍ଷା ପାଇବା ପାଇଁ ଲୋକମାନେ ସତର୍କ ରହିବା ଜରୁରୀ। ଦେଶରେ କରୋନା ଜୀବାଣୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ , ଭାରତରେ ଏହି ଜୀବାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୯୬ ରେ ପହଞ୍ଚିଛି। ଏଥିସହ ମୃତ୍ୟୁ ସଂଖ୍ୟା ୪ରୁ ୭କୁ ବୃଦ୍ଧି ପାଇଛି।

Leave a Reply