ଦେଶରେ ଦିନକରେ ୬ଜଣଙ୍କ ମୁଣ୍ଡ ନେଲାଣି କରୋନା

1 min read

ଦିଲ୍ଲୀ: ଦେଶରେ  ପୁଣି ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ -୧୯ ର ୬୯୨ ଟି ନୂଆ ମାମଲା ରେକର୍ଡ ହୋଇଛି  । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁଯାୟୀ, ମୋଟ ଆକ୍ଟିଭ୍ କେସ୍ ୪ଟିକୁ  ବଢି ଆକ୍ରାନ୍ତ ସଂଖ୍ୟା ୪.୦୯୭ ରେ ପହଞ୍ଚିଛି  । ସରକାରୀ ତଥ୍ୟ ଅନୁଯାୟୀ , ଗତ ୨୪ ଘଣ୍ଟାରେ ୬ଜଣଙ୍କ ମୃତ୍ୟୁ ହୋଇଛି  ।  ଏହି ୬ ଜଣଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୨ଜଣ, ଦିଲ୍ଲୀ , କର୍ଣ୍ଣାଟକ, କେରଳ ଏବଂ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି  । ଏହା ସହ ଜାନୁୟାରୀ ୨୦୨୦ରୁ  ଭାରତରେ କରୋନା ଭାଇରସ୍ ର ମୋଟ ମାମଲା ୪.୫୦,୧୦, ୯୪୪ ରେ ପହଞ୍ଚିଛି  । ସେହିପରି ଭାରତରେ କୋଭିଡ୍ -୧୯ ମାମଲାରେ ମୋଟ୍ ମୃତ୍ୟୁ ସଂଖ୍ୟା ୫,୩୩, ୩୪୬କୁ ବୃଦ୍ଧି ପାଇଛି  । ଗତକାଲି ଦିଲ୍ଲୀରେ କୋଭିଡ୍ -୧୯  ସବ୍ ଭାରିଆଣ୍ଟ JN. 1 ର ପ୍ରଥମ ମାମଲା ସାମ୍ନାକୁ ଆସିଛି  । ତିନୋଟି ନମୁନା ପରୀକ୍ଷା ପାଇଁ ଦିଆଯାଇଥିଲା ବେଳେ ଗୋଟିଏ JN. 1 ମାମଲା ରହିଛି  । ଆଉ ଦୁଇଟି କୋଭିଡ୍ ମାମଲାରେ କୋରନା ର  ଓମିକ୍ରନ୍  ଭାରିଆଣ୍ଟର ମାମଲା ସାମ୍ନାକୁ ଆସିଛି  । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏହାକୁ ମିଶାଇ ଦେଶରେ ଏବେ ସୁଦ୍ଧା ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୯୭ରେ ପହଞ୍ଚିଛି  ।