ଫେସ୍‌ବୁକ୍‌ ଉପଭୋକ୍ତାଙ୍କ ତଥ୍ୟ ମାଗୁଛନ୍ତି ଭାରତ ସରକାର !

1 min read

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଉପଭୋକ୍ତାଙ୍କ ତଥ୍ୟର ଅଧିକରୁ ଅଧିକ ପାଇବା ପାଇଁ ଭାରତୀୟ ପ୍ରତିଷ୍ଠାନଗୁଡ଼ିକର ଉତ୍ସାହ ବଢ଼ିବାରେ ଲାଗିଛି । ଗତ ବର୍ଷର ତଥ୍ୟ ବିଶ୍ଳେଷଣରୁ ଏହା ସ୍ପଷ୍ଟ ଜଣାପଡ଼ୁଛି । ଭାରତ ସରକାର ଓ ସମ୍ବିଧାନକୁ ମାନୁଥିବା ଏଜେନ୍ସିଗୁଡ଼ିକ ୨୦୧୯ର ଶେଷ ୬ ମାସରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍‌ରୁ ଉପଭୋକ୍ତାଙ୍କ ତଥ୍ୟ ଆଣିବା ପାଇଁ ଆଗ୍ରହ ବଢ଼ିଥିବା ଦେଖାଯାଇଛି ।

ମଙ୍ଗଳବାର ଫେସବୁକ୍‌ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ୨୦୧୯ ଜୁଲାଇରୁ-ଡିସେମ୍ବର ମଧ୍ୟରେ ୨୬୬୮୪ ନିବେଦନ ଗ୍ରହଣ କରିଛି । ସେହିଭଳି ଜାନୁଆରୀରୁ-ଜୁନ୍ ମଧ୍ୟରେ ୨୨୬୮୪ ଅନୁରୋଧ ଗ୍ରହଣ କରିଥିଲା ଫେସ୍‌ବୁକ୍‌ । ତେବେ ଫେସବୁକକୁ କେବେଳ ନିବେଦନ କରିଦେଲେ ହେଁ, ସେ ସରକାରଙ୍କୁ ସମସ୍ତ ତଥ୍ୟ ଦେଇନଥାଏ । ୬ ମାସ ମଧ୍ୟରେ ମୋଟ ଆବେଦନ ମଧ୍ୟରୁ ୫୭ ପ୍ରତିଶତ ମାମଲାର ତଥ୍ୟ ପ୍ରଦାନ କରିଛି ।

ପ୍ରଥମେ ସମୀକ୍ଷା ପରେ ତଥ୍ୟ

କମ୍ପାନୀ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଆବେଦନଗୁଡ଼ିକର ପ୍ରଥମେ ନିୟମ ଅନୁଯାୟୀ ସମୀକ୍ଷା କରାଯାଏ ପରେ ତଥ୍ୟ ପ୍ରଦାନ ନେଇ ନିଷ୍ପତ୍ତି ନିଆଯାଇଥାଏ । ସମୀକ୍ଷା ସଠିକ୍‌ ଦିଗ ସୂଚାଉଥିଲେ ହିଁ ଆବେଦନକାରୀଙ୍କୁ ତଥ୍ୟ ଦିଆଯାଏ । ଯଦି ଆବେଦନ ପ୍ରକ୍ରିୟାରେ କୌଣସି ତ୍ରୁଟି ଦେଖାଯାଏ ତେବେ ତଥ୍ୟ ଦିଆଯାଇନଥାଏ ।

Leave a Reply