ଅମ୍ଫାନ ରେଲୱେକୁ ପହଞ୍ଚାଇ ପାରେ କ୍ଷତି, ହାୱଡାରେ ଲୁହା ଚେନରେ ବନ୍ଧାଗଲା ଟ୍ରେନ ବଗି

1 min read

ନୂଆଦିଲ୍ଲୀ: ସୁପର ସାଇକ୍ଲୋନ୍ ଅମ୍ଫାନ ଆଜି ପଶ୍ଚିମବଙ୍ଗର ଉପକୂଳ ଛୁଇଁବାର ପୂର୍ବାନୁମାନ କରାଯାଉଛି । ଘଣ୍ଟାପ୍ରତି ୧୫୫ରୁ ୧୮୫ କିମି ବେଗରେ ଆସୁଥିବା ଏହି ବାତ୍ୟା ଯୋଗୁଁ ରେଳ ସେବା ଗୁଡ଼ିକୁ ଅଧିକ କ୍ଷତି ସହିବାକୁ ପଡ଼ିପାରେ । ଏଥିପାଇଁ ହାୱଡ଼ାରେ ରେଳବଗି ଗୁଡ଼ିକୁ ଚେନ ଦ୍ୱାରା ବନ୍ଧାଯାଇଛି ଯାହାଦ୍ୱାରା ବାତ୍ୟାରେ ରେଳବଗି ଗୁଡ଼ିକର କୌଣସି କ୍ଷତି ହେବନାହିଁ ।

ରେଳ ବିଭାଗ ପକ୍ଷରୁ ହାୱଡ଼ାର ଶାଲିମାର ସାଇଣ୍ଡିଂରେ ଥିବ ରେଳବଗି ଗୁଡ଼ିକୁ ଲୁହା ଚେନ ସହ ତାଲା ଦ୍ୱାରା ବାନ୍ଧିବା ପାଇଁ ବ୍ୟବସ୍ଥା କରାଯାଇଛି। ଯଦିଓ ସମଗ୍ର ଦେଶରେ କରୋନା ସଙ୍କଟ ଯୋଗୁଁ ରେଳ ସେବା ବନ୍ଦ ହୋଇପଡିଛି, କିନ୍ତୁ ଏହି ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଚଳ ଜାରି ରହିଛି, ତେଣୁ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଚେନ୍ ଦ୍ୱାରା ବାନ୍ଧିକି ରଖିବାକୁ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଘଣ୍ଟାପ୍ରତି ୧୫୫ରୁ ୧୮୫ କିମି ବେଗରେ ବୋହିବ ପବନ

ଘୂର୍ଣ୍ଣିବଳୟ ସମୟରେ ଘଣ୍ଟା ପ୍ରତି ୧୫୫ ରୁ ୧୮୫ କିଲୋମିଟର ବେଗରେ ପବନ ଓ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଏହି ସମୟ ମଧ୍ୟରେ ବେଙ୍ଗାଲୁରୁର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ଏବଂ ସମୁଦ୍ରରେ ଚାରି-ପାଞ୍ଚ ମିଟର ଉଚ୍ଚ ଲହଡି ଉଠିବ ।

ପଶ୍ଚିମବଙ୍ଗରେ NDRF ର ୧୯ଟି ଟିମ୍ ନିୟୋଜିତ

ଆମ୍ଫାନର ମୁକାବିଲା ପାଇଁ ପଶ୍ଚିମବଙ୍ଗରେ ୧୯ଟି ଟିମ୍ ଏବଂ ଓଡିଶାରେ ୧୫ ଟି ଟିମ୍ ନିୟୋଜିତ ହୋଇଛନ୍ତି। ୬ ଟି ଦଳ ଏପରି ଭାବରେ ପ୍ରସ୍ତୁତ କରି ରଖାଯାଇଛି ଯେ ଯେତେବେଳେ ଆବଶ୍ୟକ ହେବ,ସେତେବେଳେ ସେମାନଙ୍କୁ ବିମାନ ଦ୍ୱାରା ଅନ୍ୟସ୍ଥାନକୁ ପଠା ଯାଇପାରିବ ।

ଓଡ଼ିଶାରେ ବାଲି ଭର୍ତ୍ତି ଅଖା ଲଗାଯାଉଛି

ବାତ୍ୟା ଅମ୍ଫାନ ଭୟ ଏପରି ଯେ ହାୱଡା କର୍ପୋରେସନ୍ ୨୪ ଘଣ୍ଟା ପାଇଁ କଣ୍ଟ୍ରୋଲ୍ ରୁମ୍ କୁ କାର୍ଯ୍ୟକ୍ଷମ ରଖିଛି, ଯାହାଦ୍ୱାରା କୌଣସି ଅସୁବିଧା ହେଲେ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ | ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବାଲିରେ ଭର୍ତ୍ତି ବସ୍ତା ଲଗାଯାଉଛି । ଜଗତସିଂହପୁରର ଉପକୂଳବର୍ତ୍ତୀ ଅଞ୍ଚଳରୁ ବସ୍ତି ସ୍ଥାନାନ୍ତର କରାଯାଇଛି । ଲୋକଙ୍କୁ ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯାଉଛି।

Leave a Reply