ଗୁପଚୁପ ଖାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ

ରାଉରକେଲା: ରାଉରକେଲା ମାଲଗୋଦାମ ବସ୍ତିରେ ଛୋଟ ପିଲାଙ୍କ ଗୁପଚୁପ ଖାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ଜଣଙ୍କୁ ଗୁଳି ମାଡ ଓ ଅନ୍ୟ ଜଣଙ୍କୁ ଖଣ୍ଡାମାଡ ହୋଇଥିବା ଅଭିଯୋଗ ହୋଇଛି । ଉଦିତନଗର ଥାନାରେ ଦୁଇଟି ମାମଲା ରୁଜୁ କରାଯାଇ ୭ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ଭଦ୍ରକ ଜିଲ୍ଲା ତାଳପଦା ପଞ୍ଚାୟତ ହରିଜନ ସାହିରେ ତାସ ଖେଳରୁ ଗଣ୍ଡଗୋଳ ଘଟି ୬ ଜଣ ଆହତ ହୋଇଛନ୍ତି । ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ୍ ।

ଝମିଟି ଖେଳରୁ ମହାଭାରତ । ଗୁପଚୁପ ଖାଇବାକୁ ନେଇ ପିଲାଙ୍କ ଝଗଡା । ବସ୍ତିରେ ବୁଲିଲା ବନ୍ଧୁକ ଓ ଖଣ୍ଡା । ଭଦ୍ରକରେ ତାସ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ । ରାଉରକେଲା ସହରର ମାଲଗୋଦାମ ବସ୍ତିରେ ପିଲାଙ୍କ କଳିରୁ ଦୁଇ ଗୋଷ୍ଠୀ ସଂଘର୍ଷ । ଗୁପଚୁପ ଖାଇବାକୁ ନେଇ ପିଲା ଝଗଡାରୁ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଘଟି ଜଣଙ୍କୁ ଗୁଳି ମାଡ ଓ ଅନ୍ୟଜଣେ ଖଣ୍ଡା ଆଘାତରେ ଆହତ ହୋଇଛନ୍ତି । ଗୁଳି ମାଡରେ ରୋହିତ ପଟ୍ଟନାୟକ ଓ ଖଣ୍ଡା ମାଡ଼ରେ ରାଜୁ ଚୈଧୁରୀ ଆହତ ହୋଇଛନ୍ତି । ଉଦିତନଗରର ଥାନାରେ ଉଭୟ ଗୋଷ୍ଠୀର ଏତଲା ପରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଥିବାରୁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି ।

ସେପଟେ ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ପଞ୍ଚାୟତ ହରିଜନ ସାହିରେ ତାସ ଖେଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା । ଏଥିରେ ୬ ଜଣ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ୩ ଜଣଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିବାବେଳେ ୩ ଜଣ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ତିହିଡି ଥାନା ରେ ଅଭିଯୋଗ ହେବା ପରେ, ପୋଲିସ ୪ ଜଣଙ୍କୁ ଅଟକ ରଖିଛି ।

ପିଲାଙ୍କ ଖେଳକୁ ନେଇ ଗଣ୍ଡଗୋଳ ଓ ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ଅଞ୍ଚଳରେ ଉତ୍ତଜନା ଥିବାରୁ ନଜର ରଖିଛି ପୋଲିସ୍ ।

Leave a Reply