ରଙ୍ଗୋଲି ଆଶାରେ ରାତି ପାହିଲା; ପୁଣି ଗୁଗୁଲ ଦେଲା ନୂଆ ଆଶା

1 min read

ନୂଆଦିଲ୍ଲୀ: କୋଟି କୋଟି ୟୁପିଆଇ ୟୁଜରଙ୍କୁ ଗୁଗଲି ଫିଙ୍ଗିଛି ଗୁଗୁଲ ପେ’ । ୫ଟି ଷ୍ଟାମ୍ପ ଏକାଠି କର , ସର୍ବନିମ୍ନ ୨୫୧ ଟଙ୍କା ଜିତ । ଦୀପାବଳି ଉତ୍ସବକୁ ଲକ୍ଷ୍ୟରେ ରଖି ଗୁଗୁଲ ପେ’ ଏମିତି ସ୍କିମ୍ ଆଣିଥିଲା । ଅନ୍ୟକୁ ଟଙ୍କା ପଠାଇଲେ କିମ୍ବା ରିଚାର୍ଜ କଲେ ଷ୍ଟାମ୍ପ ମିଳୁଥିଲା । ଗୋଟିଏ ଷ୍ଟାମ୍ପ ମିଳିବା ପରେ ଅନ୍ୟ ଷ୍ଟାମ୍ପ ପାଇବା ପାଇଁ ୟୁଜର ରିଚାର୍ଜ ଓ ଟଙ୍କା ଟ୍ରାନ୍ସଫର କଲେ । ସହଜରେ ଝୁମକା, ଫ୍ଲାୱାର, ଦିୟା, ଲଣ୍ଠଣ ଷ୍ଟାମ୍ପ ତ ମିଳିଗଲା କିନ୍ତୁ ମିଳିଲାନି ରଙ୍ଗୋଲି । ସ୍କିମ୍ ଯେବେଠୁ ଆରମ୍ଭ ହେଲା ରଙ୍ଗୋଲି ପାଇବା ପାଇଁ ଅନେକ ୟୁଜର ରାତି ଅନିଦ୍ରା ହୋଇ ନିଜ ନିଜ ସାଙ୍ଗ ସାଥିଙ୍କୁ ଟଙ୍କା ପଠାଇବା ଆରମ୍ଭ କଲେ । ଏପରିକି ଯାହାର ଟଙ୍କା ପଠାଇବା ଦରକାର ନ ଥିଲା ସେ ରଂଗୋଲି ଆଶାରେ ଦେଣନେଣ କାରବାର ଆରମ୍ଭ କଲେ । କିନ୍ତୁ ରଂଗୋଲି ମିଳିଲା ନାହିଁ । ଯାହା ଖବର ମିଳିଛି ଖୁବ୍ ସଂଖ୍ୟାରେ ରଂଗୋଲି  ମିଳିଛି । ଲୋକ ନିରାଶ ହୋଇ ସୋସିଆଲ୍ ମିଡିଆରେ ଗୁଗୁଲ୍ ପେ’କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ । ଏପରିକି ଅନେକ ଏହି ଆପ୍ସକୁ ଷ୍ଟୁପିଡ୍ ଆପ୍ କହି ଅନ୍ଇନଷ୍ଟଲ ମଧ୍ୟ କରି ଦେଇଥିଲେ ।

googlepay

ସୋସିଆଲ ଟ୍ରୋଲ ପାଇଁ ହେଉ ବା  ନିଜ ସମ୍ମାନ ବଞ୍ଚାଇବାକୁ ହେଉ, ଗୁଗୁଲ୍ ପେ  ଏହି ସ୍କିମକୁ ନଭେମ୍ବର ୧୧ ଯାଏ ବଢ଼ାଇ ଦେଇଛି । ୩୫ ଟଙ୍କାରୁ ଅଧିକ ଦେଣନେଣ କଲେ ନୂଆ ଷ୍ଟାମ୍ପ ମିଳୁଛି । ୫ଟି ଷ୍ଟାମ୍ପ ଏକାଠି କଲେ ୨୫୧ ଟଙ୍କା ମିଳୁଥିବା ବେଳେ ୧ ଲକ୍ଷ ଟଙ୍କା ମିଳିବାର ସୁଯୋଗ ମଧ୍ୟ ରହିଛି ।

googlepay

ଏବେ ଦେଖିବାର କଥା ଗୁଗୁଲ୍ ପେ କାହାକୁ କେତେ ଦେଉଛି । ଆପଣ ବି ଭାଗ୍ୟ ପରୀକ୍ଷା କରାଇ ନିଅନ୍ତୁ । ')}

Leave a Reply