ଦୀପାବଳୀ ପରେ ସେୟାର ମାର୍କେଟରେ ଉତ୍ସାହ, ବ୍ୟାଙ୍କିଂ କ୍ଷେତ୍ରରେ ଭଲ ନିବେଶ

1 min read

ମୁମ୍ବାଇ: ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ୨ଶହ ପଏଣ୍ଟ ବଢ଼ି ଆଜି ୪୦ହଜାର ପଏଣ୍ଟ ଅତିକ୍ରମ କରିଛି ସେନସେକ୍ସ । ସେହିପରି କିଛି ଦିନର ମାନ୍ଦାବସ୍ଥା ପରେ ନିଫ୍‌ଟିରେ ମଧ୍ୟ ଉତ୍ସାହ ପରିଲକ୍ଷିତ ହୋଇଛି । ୫୦ ସୂଚକାଙ୍କ ବୃଦ୍ଧି ଘଟି ୧୧ହଜାର ୮୮୪ ଅଙ୍କରେ ପହଁଚିଛି ନିଫ୍‌ଟି । ତେବେ ବିଗତ ୪ଦିନ ଭିତରେ ସେନସେକ୍ସ ଉତ୍ସାହଜନକ ଭାବେ ହଜାରେ ପଏଣ୍ଟ ବଢ଼ିଛି । ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡିକରେ ଭଲ ନିବେଶ ହୋଇଛି । ନିଫ୍‌ଟି ଇଣ୍ଡେକ୍ସରେ ଏହାର ସେୟାରରେ ୧.୭ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ଆଇଟି, ଏଫଏମ୍‌ସିଜି, ଅର୍ଥନୈତିକ ସେବା କ୍ଷେତ୍ରରେ ଦଶମିକ ୫ ପ୍ରତିଶତ ବୃଦ୍ଧି ହୋଇଛି । କିନ୍ତୁ ଅଟୋମୋବାଇଲ ସେକ୍ଟର ପୂର୍ବଭଳି ମାନ୍ଦାବସ୍ଥା ଭିତରେ ରହିଛି । ଦଶମିକ ୭ ପ୍ରତିଶତ ହ୍ରାସ ଦେଖିଛି ମାର୍କେଟ । ବିଗତ କିଛି ଦିନ ଧରି ନିଫଟିରେ ଲାଗିରହିଥିଲା ମାନ୍ଦାବସ୍ଥା ।

କିନ୍ତୁ ଏବେ ଖରାପ ସମୟ ଅତିକ୍ରମ କରି ଉନ୍ନତି ପଥରେ ଗତି କରୁଛି । ମାର୍କେଟରେ ସବୁଠୁ ଟପ୍‌ ଗେନର ରହିଛି ଭାରତୀ ଏୟାରଟେଲ । ଏହାର ସେୟାରରେ ୩ ଦଶମିକ ୨ ପ୍ରତିଶତର ଆଶାନୁରୂପ ବୃଦ୍ଧି ଘଟିଛି । ଅନ୍ୟମାନଙ୍କ ଭିତରେ ଇନେଫାସିସ୍, ଆଟିସି, ଜି.ଏଣ୍ଟରଟେନେମଣ୍ଟ,ଏଲ୍‌ଆଣ୍ଡଟି, ଉଇପ୍ରୋ ଓ ନେଷ୍ଟଲ ଇଣ୍ଡିଆ ସେୟାର ଦେଖିଛନ୍ତି ଉନ୍ନତିର ରାସ୍ତା । ଯାହା ନିବେଶକଙ୍କ ଭିତରେ ଉତ୍ସାହ ବଢ଼ାଇଛି । ଭାରତୀୟ ବଜାରରେ ଗତ କିଛି ସପ୍ତାହ ଧରି ମାନ୍ଧାବସ୍ଥା ଜାରି  ରହିଥିବା ବେଳେ ଦୀପାବଳି ପରେ ଏବେ ପୁଣିଥରେ ଉତ୍ସାହ ଦେଖିବାକୁ ମିଳିଛି ।  ')}

Leave a Reply