କରୋନା ବିରୋଧରେ ସଚେତନତା ପାଇଁ ଗଞ୍ଜାମରେ ଆରମ୍ଭ ହେଲା କୋଭିଡ୍ ସପ୍ତାହ

ଗଞ୍ଜାମ: ଜିତିଛି ଗଞ୍ଜାମ, ଜିତିବ ସାରା ଓଡିଶା । ଆଜିଠୁ ଅକ୍ଟୋବର ୧ତାରିଖ ପର୍ଯ୍ୟନ୍ତ ଗଂଜାମ ପାଳୁଛି କୋଭିଡ ସପ୍ତାହ । ପ୍ରଥମ ଦିନରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କରାଯାଇଛି । ସେହିଭଳି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ମହାନଗର ନିଗମ କମିଶନର ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଛନ୍ତି । ଆଜି ସନ୍ଧ୍ୟାରେ କୋଭିଡ ସଚେତନତା ରଥ ଗଡ଼ିବ।

ଘର ଘର ବୁଲି ହେଲ୍ଥ ସ୍କ୍ରିନିଂ ସହ ସାମାଜିକ ଦୁରତା ରକ୍ଷା ନେଇ ଲୋକଙ୍କୁ ସଚେତନ କରାଯିବ । ଲୋକଙ୍କୁ ମାସ୍କ ବଣ୍ଟନ କରାଯିବ ସହ ପ୍ଲାଜମା ଦାନ ପାଇଁ  ଡୋନଟେ କରିବାକୁ ଥିବା ଲୋକଙ୍କୁ ମଧ୍ୟ ଚିହ୍ନଟ କରାଯିବ । ଗଞ୍ଜାମରେ ସଫଳତାର ସହ କୋଭିଡ ମୁକାବିଲା ହୋଇଛି। କୋଭିଡ ମୁକାବିଲା ପାଇଁ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି । ଗଞ୍ଜାମରେ ହଜାରେ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ମଧ୍ୟ ପ୍ରତିଷ୍ଠା ହୋଇଥିଲା ।

ଗଞ୍ଜାମ ପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରିଥିଲେ ସରକାର । ଘର ଘର ବୁଲି କରାଯାଇଥିଲା ସର୍ଭେଇଲାନ୍ସ । ଜୁଲାଇ ଶେଷ ବେଳକୁ ଗଞ୍ଜାମରେ ଦୈନିକ ୬୦୦ରୁ ୭୦୦ ପଜିଟିଭ ଚିହ୍ନଟ ହେଉଥିଲେ ମଧ୍ୟ ଅଗଷ୍ଟ ପ୍ରଥମ ସପ୍ତାହରେ ସଂଖ୍ୟା କମିବାରେ ଲାଗିଲା ଏବେ ଧିରେ ଧିରେ ସଂକ୍ରମଣ ସଂଖ୍ୟା ଶହେ ତଳକୁ ହ୍ରାସ ପାଇଛି ।

Leave a Reply