ଜନସନ ଆଣ୍ଡ୍ ଜନସନ୍ କରୋନା ଭ୍ୟାକସିନର ଗୋଟିଏ ଡୋଜ୍ ଦେଖାଇବ କମାଲ

ଓ୍ୱାଶିଂଟନ: ସାରା ବିଶ୍ୱରେ କରୋନା ମହାମାରୀ ବଢୁଥିବା ସମୟରେ ଆମେରିକା କମ୍ପାନୀ ଜନସନ ଆଣ୍ଡ ଜନସନ ଲୋକଙ୍କୁ ଆଶ୍ୱସ୍ତି ଦେବାଭଳି ଏକ ଖବର ଦେଇଛି । କମ୍ପାନୀ ଦାବି କରୁଛି କି ତା’ କରୋନା ଭ୍ୟାକସିନ ଏବେ ସଫଳତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି । ମାନବ ପରୀକ୍ଷଣରେ ଭ୍ୟାକ୍ସିନ ଭଲ ଫଳାଫଳ ଦେଇଛି ବୋଲି କଂପାନୀ ଦାବି କରିଛି । ଯେଉଁ ସ୍ୱେଛାସେବୀ ମାନେ ପରୀକ୍ଷଣରେ ଭାଗ ନେଇଥିଲେ ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବା ସହ କରୋନାକୁ ସେମାନେ ମାତ୍ ଦେଇଛନ୍ତି  । କମ୍ପାନୀର ଦାବୀ ଯେ, ମାତ୍ର ଗୋଟିଏ ଡୋଜରେ ଭ୍ୟାକ୍ସିନ ତାର ପ୍ରଭାବ ଦେଖାଉଛି ।

ଜନସନ ଆଣ୍ଡ ଜନସନ ତରଫରୁ କରୋନା ଭ୍ୟାକସିନକୁ ନେଇ କରାଯାଇଥିବା ଏହି ଘୋଷଣା ପରେ ହ୍ୱାଇଟ ହାଉସରେ ଆୟୋଜିତ ପ୍ରେସ କନଫରେନ୍ସ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହାକୁ ନେଇ ଖୁସୀ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଆମେରିକାର ପ୍ରତ୍ୟେକ ଚତୁର୍ଥ ନାଗରିକ ସ୍ୱୟଂସେବକ, ଯେଉଁମାନେ କମ୍ପାନୀର ମାନବ ପରୀକ୍ଷଣକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି । ଏହା ସହିତ କରୋନା ଭ୍ୟାକସିନର ମାନବ ପରୀକ୍ଷଣରେ ସବୁ ଆମେରିକୀୟ ନାଗରିକ ସାମିଲ ହୁଅନ୍ତୁ ବୋଲି ସେ ଅପିଲ କରିଛନ୍ତି ।  । ଏହା ସହିତ ଆମେରିକା କିଭଳି ଅର୍ଥନୀତିରେ ଉନ୍ନତି କରିଛି ତାହାକୁ ନେଇ ମଧ୍ୟ ବୟାନ୍ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଟ୍ରମ୍ପ କହିଛନ୍ତି କି ବିଡେନ୍ ଚୀନ ଏବଂ ଇଉରୋପ ଯାତ୍ରାରେ ପ୍ରତିବନ୍ଧକୁ ବିରୋଧ କରୁଛନ୍ତି । ଯାହାକୁ ଦେଖିବା ପରେ ଲାଗୁଛି ଲକଡାଉନ କେବେ ମଧ୍ୟ ସରିବା ସେ ଚାହୁଁନାହାନ୍ତି । କିନ୍ତୁ ଆମେ ଲକଡାଉନ ଜାରି ରଖିବା ପକ୍ଷରେ ନାହୁଁ ବୋଲି କହିଛନ୍ତି  ରାଷ୍ଟ୍ରପତି ଟ୍ରମ୍ପ୍ । ଗୋଟିଏ ପକ୍ଷରେ ଆମେ କରୋନାକୁ ମୂଳପୋଛ କରିବାକୁ ଚାହୁଁଥିବା ବେଳେ ବିଡେନ ଆମେରିକାକୁ ବରବାଦ କରିବାକୁ ଚାହୁଁଥିବା କହିଛନ୍ତି ଟ୍ରମ୍ପ ।

ସୂଚନା ଅନୁସାରେ ଜନସନ ଆଣ୍ଡ ଜନସନ କମ୍ପାନୀ କୋଗଭିଡ ୧୯ ପାଇଁ ଭ୍ୟାକସିନର ଶେଷ ପର୍ଯ୍ୟାୟର ପରୀକ୍ଷଣ କରୁଛି । ତେବେ ଗୋଟିଏ ଡୋଜରେ ଏହା ଭଲ ହେବ କି ନାହିଁ ତାହାକୁ ନେଇ ବୁଧବାର ଠାରୁ ପ୍ରସ୍ତୁତି ଜାରି ରହିଛି । ଏହାଦ୍ୱାରା ୬୦ ହଜାର ଲୋକଙ୍କ ଉପରେ ଏହି ପରୀକ୍ଷଣ କରାଯିବ ।

Leave a Reply