ଗଞ୍ଜାମରେ ଗାଡି ଚାଳକଙ୍କ ଉପରେ କଟକଣା, ଟୁଇଟ୍ କରି ଜିଲ୍ଲା ପ୍ରଶାସନ ଦେଲା ସୂଚନା

Ganajm district administration impose restrictions on bike driving.

ସାଧାରଣରେ ଦାବି କଟକଣା କୋହଳ ହେଉ । ହେଲେ ଜୁନ ମାସର ସ୍ଥିତିକୁ ଦେଖିଲେ କଟକଣା କମାଇବା ଯେ ଏକ ଭୁଲ ନିଷ୍ପତ୍ତି ଏକଥା କହିବାକୁ ପଡିବନି । ତେବେ କୋଭିଡ୍ କଟକଣା କୋହଳ ହେଉ ହେଉ, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକେ ଗହଳି କରିବାକୁ ଆରମ୍ଭ କଲେଣି । ଫଳରେ କରୋନା ସଂକ୍ରମଣର ବଢିବା ଆଶଙ୍କା ସକ୍ରିୟ ହୋଇଛି । ଏହା ମଧ୍ୟରେ ବେଳ ଥାଉ ଥାଉ ସୁଧରିଯିବାକୁ ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏମିତିରେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ତାଲିକାରେ ଗଞ୍ଜାମ ସବୁଠାରୁ ଆଗରେ । ଏଣୁ ଗହଳି କମାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗାଡି ଚାଳକଙ୍କ ପାଇଁ ଆଇନ କଡାକଡି କରିଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟର ଯୋଗେ ଜିଲ୍ଲାବାସୀଙ୍କ ସମ୍ପର୍କ କରିଛନ୍ତି  ।

ପୋଷ୍ଟରେ ଆଗାମୀ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକେ ବିନା ଅତ୍ୟାବଶ୍ୟକ କାର୍ଯ୍ୟରେ ଘରୁ ନବାହାରିବା ପାଇଁ ସେ ନିବେଦନ କରିଛନ୍ତି । କେବଳ କୃଷି ଓ ସ୍ୱାସ୍ଥ୍ୟ ସମ୍ୱନ୍ଧିତ କାର୍ଯ୍ୟରେ ବାହାରକୁ ବାହାରି ପାରିବେ । ନହେଲେ ବିନା ବାଇକରେ ବାହାରୁ ଆସିବେ । ସେହିଭଳି ଆବଶ୍ୟକ କ୍ଷେତ୍ରରେ ଘରୁ ବାହାରୁଥିବା ଲୋକେ ସାଙ୍ଗରେ ପରିଚୟ ପତ୍ର ଧରି ବାହାରନ୍ତୁ ବୋଲି ସେ ଜଣାଇଛନ୍ତି । ସାଧାରଣ ଲୋକେ ବିନା କାରଣରେ ଘରୁ ବାହାରି ଗହଳି କରିବାକୁ ପ୍ରଚେଷ୍ଟା କଲେ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିଭଳି ସେ ଜିଲ୍ଲାବାସୀଙ୍କୁ ନୂଆ ନିୟମାବଳୀକୁ ମାନିବାକୁ ଅପିଲ କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ଟୁଇଟ ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବୁଦ୍ଧିଜୀବୀ ମହଲରେ ନିଷ୍ପତ୍ତିକୁ ପ୍ରଶଂସା କରାଯାଇଥିବା ବେଳେ ଅନେକ ଅଞ୍ଚଳବାସୀ ନିଷ୍ପତ୍ତିକୁ ବିରୋଧ କରିବାର ଦେଖିବାକୁ ମିଳିଛି ।   

 

Leave a Reply