ଅଯୋଧ୍ୟାରେ ଆଜି ଭବ୍ୟ ଦିପୋତ୍ସବ, ୫ ଲକ୍ଷ ୫୧ ହଜାର ଦୀପରେ ଝଲସିବ ଭଗବାନ ରାମଙ୍କ ନଗରୀ

ଅଯୋଧ୍ୟା: ଅଯୋଧ୍ୟାରେ ଶୁକ୍ରବାର ଦିନ ଭବ୍ୟ ଏବଂ ଦିବ୍ୟ ଦିପୋତ୍ସବ ପାଳନ କରାଯିବ । ଆଜି ଅଯୋଧ୍ୟାରେ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳନ କରାଯିବ । ନିଜ ବିଶ୍ୱ ରେକର୍ଡକୁ ଆଜି ପୁଣି ଥରେ ଅଯୋଧ୍ୟା ଭାଙ୍ଗିବାକୁ ଯାଉଛି । ଅଦ୍ଭୁତ ସରୟୁ ଆରତୀର ଆୟୋଜନ କରାଯିବ । ଅଯୋଧ୍ୟାବାସୀ ଏହି ଦିପୋତ୍ସବ ପାଇଁ ଖୁବ ଉତ୍ସାହିତ ରହିଥାନ୍ତି । ଏଥିରେ ସାମିଲ ହେବା ପାଇଁ ଦେଶବ୍ୟାପି ଲୋକ ଅଯୋଧ୍ୟା ଆସିଛନ୍ତି । ଭବ୍ୟ ଦିପୋତ୍ସବର ପ୍ରସ୍ତୁତିରେ ଅଯୋଧ୍ୟା ନଗରୀ ଆଲୋକମାଳାରେ ଝଟକୁଛି ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ଆୟୋଜନରେ ଶାମିଲ ହେବା ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟାକୁ ସୀମିତ ରଖିବା ପାଇଁ ଅପିଲ କରିଛନ୍ତି । କିନ୍ତୁ ଶ୍ରଦ୍ଧାଳୁ ମାନଙ୍କ ଭାବନାକୁ ରୋକିବା କଷ୍ଟସାଧ୍ୟ ସାବ୍ୟସ୍ତ ହୋଇପାରେ ।

ଶୁକ୍ରବାର ସକାଳ ୧୦ଟାରେ ସାକେତ ମହାବିଦ୍ୟାଳୟରୁ ଭଗବାନ ରାମଙ୍କ ଜୀବନ ଉପରେ ଆଧାରିତ ଏଗାରଟି ରଥକୁ ଏକାସାଙ୍ଗରେ ବାହାର କରାଯିବ । ଏହି ରଥ ଉପରେ ଭଗବାନ ରାମଙ୍କ ଜୀବନ ଉପରେ ଆଧାରିତ ଭିନ୍ନ ଭିନ୍ନ ପ୍ରକାରର ପ୍ରଦର୍ଶନୀ କରାଯାଇଛି । ପ୍ରଦର୍ଶନୀ ସାକେତ ମହାବିଦ୍ୟାଳୟରୁ ଆରମ୍ଭ ହୋଇ ନୂଆ ଘାଟରେ ଥିବା ରାମଙ୍କ ପୈଡ଼ୀ ପର୍ଯ୍ୟନ୍ତ ଯିବ ।

ଦ୍ୱିପ୍ରହର ୩ଟାରେ ମୁଖ୍ୟମନ୍ତ୍ରା ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ୩ଟା ବାଜି ୧୦ ମିନିଟରେ ସେ ରାମ ଜନ୍ମଭୂମି ସ୍ଥଳରେ ପହଞ୍ଚିବେ ଏବଂ ରାମ ଲଲ୍ଲାଙ୍କ ଦର୍ଶନ କରି ଦୀପ ପ୍ରଜ୍ୱଳନ କରିବେ । ଜନ୍ମଭୂମି ସ୍ଥଳରେ ମଧ୍ୟ ୧୧ ହଜାର ଦୀପ ଜଳାଯିବ । ଏହାପରେ  ମୁଖ୍ୟମନ୍ତ୍ରୀ  ଏବଂ ରାଜ୍ୟପାଳ ରାମ କଥା ପାର୍କରେ ପହଞ୍ଚିବେ ।

ସନ୍ଧ୍ୟା ୪ ଟାରେ ରାମ, ସୀତା, ଲକ୍ଷଣ ଓ ହନୁମାନଙ୍କୁ ହେଲିପକ୍ଟରେ ରାମ କଥା ପାର୍କରେ ଓହ୍ଲାଯିବ ଯେଉଁଠି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱାଗତ କରି ମାଲ୍ୟାର୍ପଣ କରିବେ । ଏହାପରେ ସନ୍ଧ୍ୟା ୫ଟାରେ ରାମ କଥା ପାର୍କରେ ସ୍ଥିତ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ପ୍ରଭୁ ରାମ ମାତା ସୀତା ଏବଂ ଲକ୍ଷଣ, ହନୁମାନଙ୍କୁ ଆଣିବେ ଯେଉଁଛି ଭରତ ମିଳାପ ଏବଂ ରାଜଗଦୀ କାର୍ଯ୍ୟକ୍ରମ ପରେ ଆରତୀ କରାଯିବ । ଏହାପରେ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ଯୋଗୀ ସମ୍ବୋଧନ କରିବେ ।

ଏହାପରେ ରାମ କଥା ପାର୍କରୁ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ଯୋଗୀ ସରୟୁ ଘାଟ ପହଞ୍ଚିବେ ଯେଉଁଠି ସରୟୁ ଆରତୀ ସାମିଲ ହେବେ ଏବଂ ପରେ ୬ଟା ୧୫ରେ ଦିପୋତ୍ସବର ଶୁଭାରମ୍ଭ କରାଯିବ ।

Leave a Reply