ସାରୁଅ ଜମି କେଳେଙ୍କାରୀ : ମାମଲା ରଦ୍ଦ କରିବାକୁ ଆବେଦନ କରିଥିଲେ ଜଗି ଓ ଜୟ ପଣ୍ଡା

ଭୁବନେଶ୍ୱର: ସାରୁଅ ଜମି ଜାଲିଆତି ମାମଲାରେ ବଢିଲା ଜଗି ଓ ଜୟ ପଣ୍ଡାଙ୍କ ଅଡୁଆ  । ମାମଲାକୁ ରଦ୍ଧ କରିବାକୁ ହୋଇଥିବାମାମଲା ଉପରେ ଆଜି ହାଇକୋର୍ଟରେ ଶୁଣାଣି ହେବ  ।  ସାରୁଅ ଜମି ଜାଲିଆତିର ମାମଲା କ୍ରାଇମବ୍ରାଞ୍ଚ ନେଲା ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତକ ଅପରାଧିକ ଶାଖା ପ୍ରେସମିଟ କରି ଜାଲିଆତି ହୋଇଥିବା କଥା କହିଥିଲା  । ଗିରଫ ଭୟରେ  ୫ ତାରିଖରେ ହାଇକୋର୍ଟରୁ ଆଗୁଆ ଜାମିନ ଆଣିବାରେ ସମର୍ଥ ହୋଇଥିଲେ ଜଗି ଓ ଜୟ ପଣ୍ଡା  । ଏହା ସହିତ ମାମଲା ରଦ୍ଦ କରିବାକୁ ଆବେଦନ କରିଥିଲେ  । ଯାହାକି ଗତକାଲି ଯାଏଁ ସୁରକ୍ଷିତ ଥିଲା  ।

ଆଜି  ଏହି ମାମଲାର ଶୁଣାଣି ହେବ  । ଅର୍ଥାତ ଆଜି ଯାଏଁ ସେମାନଙ୍କୁ ଗିରଫ କରାଯାଇପାରିବନି  । ସେପଟେ ସାରୁଅ ଷ୍ଟୁଡିଓ ଆଗରେ ୧୩ଦିନରେ ପହଞ୍ଚିଲାଣି ଠିକା କର୍ମଚାରୀଙ୍କ ଆନ୍ଦୋଳନ  । ହେଲେ ବାହାରି ପାରୁନି ସମାଧାନର ବାଟ  । ଓଲଟା ମିଛ ଅଭିଯୋଗ ଆଣିଛନ୍ତି ଜଗିମଙ୍ଗତଙ୍କ ବାପା ରଣଧୀର ସିଂ । ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ନେଇ ଏକ ଭିଡିଓ ଆସିଥିଲା । ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆନ୍ଦୋଳନରତ ଠିକା କର୍ମଚାରୀ । ଶାନ୍ତିପୂର୍ଣ୍ଣ ଭାବେ ସେମାନେ ଧାରଣାରେ ବସିଛନ୍ତି, ଓଲଟା ଷ୍ଟୁଡିଓ ଭିତରୁ ତାଲା ପଡିଛି ।

ଏହାସହ ସେମାନେ ଜିନିଷପତ୍ର ନେବା ଆଣିବା ବେଳେ କେବେ ବି ରୋକ୍‌ଟୋକ୍‌ କରାଯାଇନି । ଆବଶ୍ୟକ ସାମଗ୍ରୀ ଷ୍ଟୁଡିଓ ଭିତରକୁ ଯାଉଛି । ଧାରଣାରେ ବସିଥିବା କର୍ମଚାରୀଙ୍କୁ ଧମକ ଚମକ ଦେବା ସହ  ଷ୍ଟୁଡିଓ କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ କାହିଁକି, ମିଛ ଅଭିଯୋଗକୁ ଅସ୍ତ୍ର କରି  କାହିଁକି ଗରିବ କର୍ମଚାରୀଙ୍କୁ ଟାର୍ଗେଟ୍ କରୁଛନ୍ତି ବୋଲି ଆନ୍ଦୋଳନକାରୀ ପ୍ରଶ୍ନ କରିଛନ୍ତି ।

Leave a Reply