କରୋନା ଭୟ: ବାପାର ଶବକୁ ଡାକ୍ତରଖାନାରୁ ନେବାକୁ ଆସିଲାନି ପୁଅ

ଅନୁଗୁଳ: କରୋନା ସମୟରେ ମରିଯାଇଛି ମଣିଷ ପଣିଆ। ହଜି ଯାଇଛି ମାନବିକତା । ଯିଏ ଦିନେ ହାତ ଧରି ଦୁନିଆ ଦେଖାଇଥିଲା । କାନ୍ଧରେ କାନ୍ଧ ମିଶାଇ ଚାଲିବା ଶିଖାଇ ଥିଲା  । ସେଇ ବାପାର ଶବ ଛୁଇଁବାକୁ କୁଣ୍ଠାବୋଧ ପ୍ରକାଶ କଲା ପୁଅ । ଆଜି ତାକୁ କାନ୍ଧେଇ ମଶାଣି ପର୍ଯ୍ୟନ୍ତ ନେଇଯିବାକୁ ଟିକିଏ ପାଖରେ ଠିଆ ହେଲାନି ସେ । କେବଳ ସେତିକି ନୁହେଁ କରୋନା ଭୟରେ ପାଖ ମାଡ଼ିଲେନି ପରିବାର ଓ ବନ୍ଧୁ ବାନ୍ଧବ । ବାପାର ମୃତଦେହକୁ ଛୁଇଁଲାନି ପୁଅ । ଅନୁଗୁଳ ତାଳଚେର ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

କଳମଛୁଇଁ ଗାଁର ସୁରେଶ ସାହୁଙ୍କ ମୁଣ୍ଡରେ ଆଘତ ଲାଗିଥିଲା । ରକ୍ତ ବାହାରିବା ବନ୍ଦ ନହେବାରୁ ତାଙ୍କୁ ତାଳଚେର ନେହୁର ହସ୍ପିଟାଲେର ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ବି ସୁଧାର ଆସିଲା ନାହିଁ । ଏବଂ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଖବର ତାଙ୍କ ପିରବାର ସଦସ୍ୟଙ୍କୁ ଦେଇଥିଲେ । କିନ୍ତୁ ପରିବାରର କୌଣସି ବି ସଦସୟ ତାଙ୍କ ମୃତ ଦେହ ନେବାକୁ ଆସି ନଥିଲେ । ଖବର ଯେତେବେଳେ ପୁଅ ପାଇଥିଲେ ସେ ମଧ୍ୟ ବାପାଙ୍କ ମୃତଦେହ ନେବାକୁ ଆସିବାକୁ କୁଣ୍ଠାବୋଧ ପ୍ରକାଶ କରିଥିଲେ ।

Leave a Reply