ଶେଷଥର ପାଇଁ ପୁଅ ମୁହଁ ଦେଖିପାରିଲାନି ମା’, ଭୂତାଣୁ ଭୟରେ ଜୋର ଜବରଦସ୍ତ ଶବ ପୋତି ଦେଲେ ଗ୍ରାମବାସୀ

1 min read

କେନ୍ଦୁଝର: କରୋନା ମହାମାରୀ ଯୋଗୁଁ ଲକଡାଉନ୍ ସହିତ ବ୍ୟକ୍ତିଗତ ଜୀବନ ମଧ୍ୟ ଲକ୍ ହୋଇଯାଇଛି । କେଉଁଠି କିଏ ନିଜ ଛୁଆପିଲାଠୁ ଅଲଗା ରହୁଛି ତ କିଏ କାହା ମାଆ ବାପଙ୍କଠାରୁ ଦୂରେଇ ଅଛି । ଏଭଳି ସମୟରେ ଏମିତି ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ସମସ୍ତଙ୍କ ମନକୁ ଆଘାତ ଦେଉଛି । ଠିକ୍ ସେହିଭଳି ପୁଣି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । କରୋନା କାଳରେ ପୁଅର ଶବ ଛୁଇଁ ପାରିଲାନି ମାଆ। ଦୂରରୁ ପୁଅର ମୃତଦେହ ଦେଖି ବାହୁନି କାନ୍ଦିଲେ ଅସହାୟ ମାଆ । ପାଖକୁ ଯିବାକୁ ଚାହୁଁଥିଲେ ବି ଯାଇପାରିନଥିଲେ । ଶେଷଥର ପାଇଁ ପୁଅର ମୁଖ ଦେଖିପାରିନଥିଲେ ମାଆ । ଅସହାୟ ମାଆ କେବେ ଚିନ୍ତା କରିନଥିବ ଯେ, ଏଭଳି ଏକ ଦିନ ଆସିବ । କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡ଼ା ମଦରଙ୍ଗାଯୋଡି ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

https://www.facebook.com/NandighoshaTV/videos/831201147686138/

ଗାଁର ୨୨ ବର୍ଷର ଜଣେ ଯୁବକ ବାଲେଶ୍ୱରରେ କାମ କରୁଥିଲେ। ଘରେ ତାଙ୍କ ମାଆ ରହୁଥିଲେ। ଗତ କିଛି ଦିନ ତଳେ ଜ୍ୱର ହେବାରୁ ବାଲେଶ୍ୱରରେ ପ୍ରାଥମିକ ଚିକିତ୍ସା ପରେ  ସେ ଘରକୁ ଫେରି ଆସିଥିଲେ । ପ୍ରଥମେ କେନ୍ଦୁଝର ଓ ପରେ ତାଙ୍କୁ କଟକ ନିଆଯାଇଥିଲା । ସେଠାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କରୋନା ସନ୍ଦେହରେ ଗାଁଲୋକେ ତାଙ୍କ ମୃତଦେହ ଗାଁ ଭିତରକୁ ପୁରାଇ ନଥିଲେ । କିଛି ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ଶ୍ମଶାନକୁ ନେଇଯାଥିଲେ । ସେଥିପାଇଁ ପୁଅକୁ ଶେଷ ଥର ପାଇଁ ଦେଖିପାରିନଥିଲେ ମାଆ । କରୋନା କାଳରେ ପୁଅକୁ ନଦେଖିପାରି ବାହୁନି ବାହୁନି କାନ୍ଦିଥିଲେ । ପରେ ଏକ ମେସିନ ମାଧ୍ୟମରେ ଗାତ ଖୋଳି ମୃତଶରୀରକୁ ପୋତା ଯାଇଥିଲା ।

Leave a Reply