ବିଜେଡି ବରିଷ୍ଠ ନେତା ଯୁବ-ଛାତ୍ରଙ୍କୁ ଦେଲେ ପରାମର୍ଶ: କରୋନା ବେଳେ ସରକାରଙ୍କ ନିଷ୍ପତ୍ତିକୁ ପ୍ରୋତ୍ସାହିତ କର

1 min read

ଭୁବନେଶ୍ୱର: କରୋନା ସଂକ୍ରମଣର ଭୂତାଣୁ କବଳରେ ସାହା ରାଜ୍ୟ । ଏଥିରୁ ମୂକୁଳିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନଇଛନ୍ତି । ଯେଉଁଥି ପାଇଁ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ବଢ଼ିଥିଲେ ମଧ୍ୟ ସୁସ୍ଥତା ହାର କ୍ରମାଗତ ଭାବରେ ବଢ଼ିବାକୁ ଲାଗିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସୁସ୍ଥତା ହାରରେ ଆଗୁଆ ରହିଛି । ଏହାର ଏକ ମାତ୍ର କାରଣ ହେଉଛି ରାଜ୍ୟ ସରକାରଙ୍କର କରୋନା ବିରୁଦ୍ଧରେ ଉନ୍ନତ ପଦକ୍ଷେପ ।  ତେବେ କୋଭିଡରେ ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ବିଜୁ ଯୁବ ଜନତାଦଳ ଓ ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଆଜି ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି ।

ୱେବିନାରରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ରଖିଥିଲେ । ବିଜୁ ଯୁବ ଜନତାଦଳ ଓ ଛାତ୍ର ଜନତାଦଳର ଏଭଳି ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହିତ କରୋନା ଯୁଦ୍ଧରେ ସହଯୋଗ ଲାଗି କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶାରେ କୋଭିଡ-୧୯ ପରୀକ୍ଷା ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଥିବାବେଳେ କରୋନା ମୃତ୍ୟୁସଂଖ୍ୟା ସବୁଠାରୁ କମ୍‍ ରହିଛି । ରାଜ୍ୟ ସରକାର କରୋନା ମୁକାବିଲା ଲାଗି ନେଇଥିବା ଏକାଧିକ ପଦକ୍ଷେପରୁ ଏଭଳି ସୁଫଳ ମିଳିଛି ।

ସେପଟେ ୱେବିନାରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋ ଦାସ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଆରମ୍ଭ ହୋଇଥିବା ପ୍ଲାଜମା ଚିକିତ୍ସା କିଭଳି ଫଳବତୀ ହୋଇ ଜୀବନ ରକ୍ଷା କରିପାରୁଛି ତାହା ଉଲ୍ଲେଖ କରିଥିଲେ । ଟେଲି ମେଡିସିନ, କୋଭିଡ ଡାକ୍ତରକାନା, ଟିମଏମ୍‍ସି, ନମୂନା ପରୀକ୍ଷା, ଟ୍ରେସିଂ ଆଦି ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଥିଲେ ମନ୍ତ୍ରୀ । ଏହି ଅବସରରେ ପ୍ଲାଜମା ଦାନ କରିଥିବା ଏବଂ କରୋନାକୁ ହରାଇଥିବା ବ୍ୟକ୍ତି ତାଙ୍କର ଅନୁଭୂତିକୁ ବଖାଣିଥିଲେ । ରାଜ୍ୟ ସରକାର ବିଶେଷକରି ଠିକ୍‌ ସମୟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଓଡିଶାରେ କରୋନା ନିୟନ୍ତ୍ରଣ ହୋଇପାରିଥିବା ଅଷ୍ଟ୍ରେଲିଆରୁ ଡାକ୍ତର ପତି ଓ ଲଣ୍ଡନରୁ ଲଲାଟେନ୍ଦୁ ଦାସ କହିଥିଲେ ।

ଆଜିର ଏହି ସଫଳ ୱେବିନାରରେ ୨,୩୩,୪୫୫ ଜଣ ବ୍ୟକ୍ତି ଯୋଡ଼ି ହୋଇଥିଲେ । ଏହାକୁ ଏକ ଲକ୍ଷରୁ ଉର୍ଧ ଲୋକ ଦେଖିଥିଲେ ଏବଂ ୨ହଜାରରୁ ଅଧିକ ଲାଇକ୍‍ କରିଥିଲେ ।

Leave a Reply