ବଢିଛି ଭରସା, ଅନଲାଇନ୍ ପଞ୍ଜିକରଣ କରିଛନ୍ତି ଅଧିକ ଚାଷୀ

1 min read
MSP, Farmer Getting How Much

ଭୁବନେଶ୍ୱର: ସରକାରଙ୍କ ଖରିଫ ଧାନ ସଂଗ୍ରହ ଚିନ୍ତା । ୨୦୧୯-୨୦ ବର୍ଷରେ ୧୨ ଲକ୍ଷ ୩୫ ହଜାର ଚାଷୀ ଅନଲାଇନରେ ପଞ୍ଜିକରଣ କରିଥିଲେ । ଚଳିତ ବର୍ଷ ଏଥିରେ ଆଉ ଅଢେଇ ଲକ୍ଷ ବୃଦ୍ଧି ପାଇଛି । ମୋଟ ୧୪.୯୭ ଲକ୍ଷ ଚାଷୀ ୨୦୨୦-୨୧ ବର୍ଷ ପାଇଁ ଅନଲାଇନରେ ପଞ୍ଜିକରଣ କରିଛନ୍ତି । ସରକାରଙ୍କ ଉପରେ ଚାଷୀଙ୍କ ଭରସା ବଢ଼ିଥିବାରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି । ଟୋକନ ବ୍ୟବସ୍ଥାରେ ସମସ୍ତେ ଉପକୃତ ହୋଇଛନ୍ତି । ଏଥର ବି ଟୋକନ ବ୍ୟବସ୍ଥାରେ ସୁଧାର ଅଣାଯାଇଛି ।

Farmer Online Registration For Paddy Procurement Increased In Odisha

ଅଗ୍ରୀମ ଟୋକନ ମେସେଜ ଫୋନକୁ ଆସିବ । ଯେଉଁ ଦିନ ପାଇଁ ଟୋକନ ହୋଇଥିବ ସେ ମେସେଜ ଫୋନକୁ ୭ ଦିନ ପୂର୍ବରୁ ଆସିବ । କେଉଁ ଦିନ କେଉଁ ଚାଷୀ ପିପିସି ଯିବେ, ସେ କଥା ମେସେଜରେ ରହିବ । ସେହିପରି PPC ନୋଟିସ୍ ବୋର୍ଡରେ ବି ଉଲ୍ଲେଖ ରହିବ କେଉଁ ତାରିଖରେ ଚାଷୀ ଆସିବେ ଏବଂ ଧାନ ବିକିବେ । ଟୋକନ ନ ପାଇଲେ ୧୯୬୭ ଟୋଲ ଫ୍ରି ନମ୍ବରକୁ ଫୋନ କଲେ ଚାଷୀ ସୂଚନା ପାଇପାରିବେ । ଜଳ ସେଚିତ ଜମିରୁ ଏକର ପିଛା ୧୯ କ୍ୱିଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୩ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବ । କଳାହାଣ୍ଡି, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର ପରି ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲା ଯେଉଁଠି ଅଧିକ ଅମଳ ହୁଏ, ସେଠି DLPC ନଭେମ୍ବର ୧୫ ଭିତରେ ସ୍ଥିର କରିବେ । କେବେଠାରୁ ଧାନ ସଂଗ୍ରହ ହେବ ।

Farmer Online Registration For Paddy Procurement Increased In Odisha

୫୦ଟି ବ୍ଲକରେ ଯେଉଁଠି ଇଣ୍ଟରନେଟ ସୁବିଧା ନାହିଁ, ସେଠି ଅଫଲାଇନ ଧାନ ସଂଗ୍ରହ ହେବ । ଗତ ବର୍ଷ ୭୦.୫୬ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା । ଚଳିତ ଋତୁରେ ଖରିଫ୍ ଓ ରବିରେ ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ନଭେମ୍ବର ପହିଲାରୁ ମାର୍ଚ୍ଚ ୩୧ ଯାଏ ଖରିଫ୍ ଧାନ ସଂଗ୍ରହ ହେବ । କିପରି ଓ କେମିତି ସଂଗ୍ରହ ହେବ ସେଥିପାଇଁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।

Leave a Reply