ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ନିଖୋଜ ସୀମାଞ୍ଚଳ ମୃତ

1 min read

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଆସିଲା DNA ରିପୋର୍ଟ । ବିସ୍ଫୋରଣ ପରେ ମିଳିଥିବା ମାଂସ ଖଣ୍ଡ ଓ ହାଡ଼କୁ ଜବତ କରି ଫରେନସିକ ଲାବକୁ ପଠାଯାଇଥିଲା । ନିଖୋଜ ସୀମାଞ୍ଚଳ ପରିଡାଙ୍କ ପରିବାର ଲୋକଙ୍କ ସାମ୍ପୁଲ ବି ନିଆଯାଇଛି । ତେବେ ଗୁରୁବାର ଆସିଛି ଡିଏନ୍‌ଏ ରିପୋର୍ଟ । ନିଖୋଜ ସୀମାଞ୍ଚଳ ହିଁ ମୃତକ ବୋଲି ସ୍ପଷ୍ଟ ହୋଇଛି । ଏ ନେଇ ପୋଲିସ କମିଶନର ସାମ୍ୱାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ଏଥିସହିତ ଡିଏନ୍ଏ ରିପୋର୍ଟ ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ।

ଗ୍ୟାସ୍‌ ଚୁଲି କିମ୍ବା ନିଆଁ ଲଗାଇବାକୁ ମନା, ସନ୍ଧ୍ୟା ଯାଏଁ ଘରୁ ବାହାରିବାକୁ ବାରଣ..

ସୂଚନା ଯୋଗ୍ୟ, ଗତ ୭ ତାରିଖରେ ଗଭର୍ଣ୍ଣର ହାଉସ୍‌ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ । ଅଘଟଣରେ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଜଣେ ବ୍ୟକ୍ତିଙ୍କ ମାଂସ ଖଣ୍ଡ ପଡ଼ିଥିଲା । ଅପରପକ୍ଷରେ ସୀମାଞ୍ଚଳ ପରିଡ଼ା ନାମକ ଘଟଣା ପରଠୁ ନିଖୋଜ ଥିଲେ । ଏଣୁ ସେହି ଖଣ୍ଡ ବିଖଣ୍ଡିତ ମାଂସ ଖଣ୍ଡ ତାଙ୍କର ହୋଇଥିବ ବୋଲି ସନ୍ଦେହ ଉପୁଜିଥିଲା । ଏବଂ ସେହି ମାଂସ ଖଣ୍ଡ ସହ ତାଙ୍କ ପରିବାର ଲୋକଙ୍କ ନମୁନା ସଂଗ୍ରହ କରାଯାଇ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଥିଲା । ଆଜି ଡିଏନ୍ଏ ଟେଷ୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଛି । ଏଥିସହିତ ଅଘଟଣରେ ମୋଟ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ଅପରପକ୍ଷରେ ପୁଅର ଫେରିବା ବାଟକୁ ଅନାଇ ନିରାଶ ହେବା ପରେ ପ୍ରତିକାତ୍ମକ ଭାବେ ଶବ ସତ୍କାର କରିଥିଲେ ପରିବାର ।

Leave a Reply