ତ୍ୱଚା ଏବଂ କେଶ ପାଇଁ ଖୁବ ଉପକାରୀ ସଜନା ଶାଗ, ଜାଣନ୍ତୁ କେମିତି କରିବେ ବ୍ୟବହାର

1 min read

ସଜନା ପତ୍ରର ଗୁଣ ବିଷୟରେ ପ୍ରାୟତଃ ସମସ୍ତେ ଜାଣିଥିବେ । ଅନେକଙ୍କ ବାଡି-ବଗିଚାରେ ସଜନା ଗଛ ରହିଥାଏ । ଏହା ସ୍ୱାସ୍ଥ୍ୟ,ତ୍ୱଚା ଓ କେଶ ପାଇଁ ବହୁତ୍ ଉପକାରୀ । ସଜନା ପତ୍ରରେ ଅନେକ ଔଷଧିୟ ଗୁଣ ମଧ୍ୟ ଭରି ରହିଛି । ତେବେ ଆସନ୍ତୁ ଜାଣିବା  ସଜନା ପତ୍ରରୁ କିପରି ଫେସପ୍ୟାକ୍ ପ୍ରସ୍ତୁତ କରି ବ୍ୟବହାର କରି ପାରିବା ଓ କେଶରେ ଏହାର କିପରି ପ୍ରୟୋଗ  କରାଯାଇପାରେ ।

ସଜନା ପତ୍ର ପ୍ୟାକ୍ 

ସଜନା ପତ୍ରକୁ ଶୁଖାଇ ଗୁଣ୍ଡ କରି ରଖିବେ ନଚେତ୍ କଂଚା ପତ୍ର ମଧ୍ୟ ବ୍ୟବହାର କରି ପାରିବେ । ସଜନା ପତ୍ରର ପେଷ୍ଟ, ମହୁ ଓ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହି ପେଷ୍ଟକୁ ନେଇ କେଶ ମୂଳରେ ଲଗାଇ ମସାଜ୍ କରି,୨୦ ରୁ ୨୫ ମିନିଟ ଯାଏଁ ରଖିବେ । ଏହାପରେ କେଶ ଧୋଇ ସଫା କରିବେ । ମାସରେ ଦୁଇଥର ଏପରି କରିବା ପରେ ଫଳାଫଳ ନିଜେ ଅନୁଭବ କରିପାରିବେ ।

ଠିକ୍ ସେହିଭଳି ସଜନା ପତ୍ର ପେଷ୍ଟ ସହିତ ମହୁ ଏବଂ ଳେମ୍ବୁ ରସ ମିଶାଇ ପ୍ୟାକ୍ ପ୍ରସ୍ତୁତ କରି ଏହାକୁ ତ୍ୱଚାରେ ମଧ୍ୟ ଲଗାଇ ପାରିବେ । କିନ୍ତୁ ମନେ ରଖିବେ ସମସ୍ତଙ୍କ ତ୍ୱଚାରେ ଲେମ୍ବୁ ରସ ସୁଟ୍ କରେ ନାହିଁ । ତେଣୁ ଯେଉଁମାନଙ୍କ ତ୍ୱଚାରେ ଲେମ୍ବୁ ରସ ସୁଟ୍ କରେ ନାହିଁ ସେମାନେ ଲେମ୍ବୁ ରସକୁ ବାଦ୍ ଦେଇ ଏହି ପ୍ୟାକ୍ ତ୍ୱଚାରେ ଲଗାଇ  ୧୫ ରୁ ୨୦ ମିନିଟ ଯାଏଁ ଛାଡିବେ । ଏହାପରେ ମୁହଁ ଧୋଇ ସଫା କରିବେ । ଏହାକୁ ୧୫ ଦିନରେ ଥରେ ତ୍ୱଚାରେ ଲଗାଇବା ପରେ, ଏହା କେମିତି ପ୍ରଭାବ ପକାଉଛି ଜାଣି ପାରିବେ ।

Leave a Reply