ଶୀତ ଦିନେ ଓଠକୁ କେମିତି ରଖିବେ କୋମଳ ? ଆପଣାନ୍ତୁ ଏହି ୪ଟି ସହଜ ଉପାୟ

1 min read

ଭୁବନେଶ୍ୱର: ପ୍ରାୟତଃ ଶୀତ ଦିନରେ ଲୋକମାନେ ଓଠ ଫଟିବାକୁ ନେଇ ଚିନ୍ତାରେ ରୁହନ୍ତି । ଏହି ସମସ୍ୟାକୁ କେମିତି ମାତ୍ ଦେଇ ହେବ ସେନେଇ ମଧ୍ୟ ଉପାୟ ରହିଛି । ଏବଂ ଏହି ସମସ୍ୟା ନେଇ ଡାକ୍ତର ମାନେ କୁହନ୍ତି ଯେ, ଶରୀରରେ ଜଳ ଅଭାବ କାରଣରୁ ଏଭଳି ସମସ୍ୟା ଦେଖାଦେଇଥାଏ । ଶୀତ ଦିନ ଆସିବା ମାତ୍ରେ ଜଳର ବ୍ୟବହାର ମଧ୍ୟ କମିଯାଇଥାଏ । ଯେଉଁ କାରଣରୁ ଶୀତଦିନେ ଶୁଖିଲା ଚର୍ମ ଏବଂ ଶୁଖିଲା ଓଠର ସମସ୍ୟା ଦେଖାଯାଇଥାଏ । ଏହି ଶୀତରେ ଓଠକୁ ସୁନ୍ଦର ଏବଂ ନରମ କରିବା ପାଇଁ ପ୍ରଚୁର ପାଣି ପିଅନ୍ତୁ ଏହାସହ ଆପଣମାନଙ୍କ ପାଇଁ ନିମ୍ନରେ ଦିଆଯାଇଥିବା କିଛି ଟିପ୍ସକୁ ଆପଣାନ୍ତୁ ।

ଓଠକୁ କେମିତି ରଖିବେ ଉଜ୍ୱଳ ?

ଆପଣଙ୍କ ଚର୍ମ ପରି, ଆପଣଙ୍କ ଓଠରେ ମଧ୍ୟ ଆର୍ଦ୍ରତା ଆବଶ୍ୟକ ହୋଇଥାଏ । କାରଣ ଶୀତଦିନେ ଓଠ ଫାଟିବା ସହ କେତେକଙ୍କ ଓଠ ଫାଟି ରକ୍ତ ମଧ୍ୟ ବାହାରି ଥାଏ । ତେଣୁ ପ୍ରଚୁର ପରିମାଣରେ ଜଳ, ଫଳ ଏବଂ ପନିପରିବା ଖାଇବା ପ୍ରତି ଧ୍ୟାନ ଦିଅନ୍ତୁ । ଘର ବାହାରକୁ ଯିବାବେଳେ ତେଲିଆ ଲିପ୍ ଗାର୍ଡ ବ୍ୟବହାର କରନ୍ତୁ ।

ଗ୍ଲିସେରିନ ଯୁକ୍ତ ଲିପଷ୍ଟିକ୍ ଲଗାନ୍ତୁ

ଅଧିକ ଶୁଷ୍କ ଚର୍ମ ଏବଂ ଓଠ ପାଇଁ ଗ୍ଲିସେରିନ୍ ଏକ ଘରୋଇ ଔଷଧ ଭାବରେ ମଧ୍ୟ ଉପଯୁକ୍ତ । ଏହାକୁ ଓଠରେ ଏବଂ ଆଖି ଚାରିପଟେ ଲଗାନ୍ତୁ । ଯଦି ଆପଣଙ୍କର ଶୁଖିଲା ଓଠ ଅଛି, ତେବେ ମ୍ୟାଟ୍ ଲିପଷ୍ଟିକ୍ ପ୍ରୟୋଗ କରିବା ପରିବର୍ତ୍ତେ, କ୍ରିମ୍ ଯୁକ୍ତ ଲିପଷ୍ଟିକ୍ ବ୍ୟବହାର କରନ୍ତୁ ।

ଘିଅ କିମ୍ବା ନଡିଆ ତେଲ ବ୍ୟବହାର କରନ୍ତୁ

ଖରାଦିନେ ମଧ୍ୟ ଓଠରେ ଘିଅ ଲଗାଇପାରିବେ । ଏହା ଓଠକୁ ପୁଷ୍ଟିକର କରିଥାଏ । ଶୀତଦିନେ, ଓଠକୁ ଶୁଷ୍କତା ଏବଂ ଫାଟିବାରୁ ରକ୍ଷା କରିବା ପାଇଁ ନିୟମିତ ନଡିଆ ତେଲ ଲଗାନ୍ତୁ । ଭିତରରୁ ଓଠକୁ ଉଜ୍ୱଳ ଓ ଆର୍ଦ୍ର କରିବା ପାଇଁ ନାଭିରେ ନଡିଆ ତେଲ ମଧ୍ୟ ଲଗାଇ ପରିବେ ।

ଆଣ୍ଟି-ଅକ୍ସିଡେଣ୍ଟ ମଧ୍ୟ ଆବଶ୍ୟକ

ମେକଅପ୍ ଏକ୍ସପର୍ଟଙ୍କ ଅନୁଯାୟୀ ଭିଟାମିନ୍-ଇ ଯୁକ୍ତ ଲିପ୍ ବାମ ଆଣ୍ଟି-ଅକ୍ସିଡାଣ୍ଟର ଉତ୍ତମ ଉପାୟ । ଏହା ଓଠକୁ କୋମଳ ଏବଂ ଗୋଲାପୀ ରଖେ । ଶୀତଦିନେ ମୃତ ଚର୍ମ ମଧ୍ୟ ଓଠର ଏକ କାରଣ । ତେଣୁ, ଓଠକୁ ସ୍କ୍ରବ କରିବା ଅତ୍ୟନ୍ତ ଜରୁରୀ ଅଟେ । ସ୍କ୍ରବ ପାଇଁ ଆପଣ ମହୁ ଏବଂ ଚିନିର ମିଶ୍ରଣ ନେଇପାରିବେ । ମହୁ ମଧ୍ୟ ଓଠର କୋମଳତା ବଜାୟ ରଖେ ।

Leave a Reply