ଲୋକପ୍ରିୟ ପ୍ଲାନର ଦର ବଢାଇଲା ଭୋଡାଫୋନ୍-ଆଇଡିଆ, ଜାଣନ୍ତୁ କେଉଁ ପ୍ଲାନର ଦର ବଢିଲା…

1 min read

ନୂଆଦିଲ୍ଲୀ: ଭୋଡାଫୋନ୍-ଆଇଡିଆ କମ୍ପାନୀ ନିଜର ଦୁଇଟି ଲୋକପ୍ରିୟ ପ୍ଲାନର ଦର ବଢାଇଛି । ୫୯୮ ଓ ୭୪୯ ଦରର ପ୍ଲାନକୁ ୫୦ ଟଙ୍କା ଲେଖାଏଁ ବଢାଇଛି କମ୍ପାନୀ । ଉଲ୍ଲେଖଯୋଗ୍ୟ ଏହି ଦୁଇଟି ପ୍ଲାନ୍ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଉପଲବଧ ଅଟେ । ୫୯୮ର ପ୍ଲାନ୍ ଏବେ ଯାହା ୬୪୯ ଟଙ୍କା ହୋଇଛି, ଏଥିରେ ଗ୍ରାହକଙ୍କୁ ୮୦ ଜିବି ଡାଟା ମିଳୁଛି । ଏହାସହ ଅନଲିମିଟେଡ୍ କଲ୍ ଓ ୧୦୦ ଏସଏମଏସର ସୁବିଧା ମଧ୍ୟ ରହିଛି । ଅନ୍ୟପକ୍ଷରେ ୭୪୯ ପ୍ଲାନ୍ ଯାହା ଏବେ ୭୯୯ ହୋଇଛି ସେଥିରେ ୧୨୦ ଜିବି ଡାଟା ଓ ଅନଲିମିଟେଡ୍ କଲର ସୁବିଧା ରହିଛି ।

ଏଥରେ ପ୍ରାଇମେରୀ କନେକ୍ସନ୍ ପାଇଁ ୬୦ ଜିବି ଓ ସେକେଣ୍ଡାରୀ କନେକ୍ସନ ବାବଦକୁ ୩୦-୩୦ ଜିବି ଡାଟା ଉପଲବଧ ହେବ । ତେବେ ଏବେ ଏହି ପ୍ଲାନର ଦର ବଢିବା ପରେ ଗ୍ରାହକଙ୍କ ମଧ୍ୟରେ ଏହାର ଗ୍ରହଣୀୟତା କମିବାର ସମ୍ଭାବନା ରହିଛି । ଟେଲିକମ୍ ବିଶେଷଜ୍ଞଙ୍କ କହିବା କଥା ଯେ ପ୍ରିପେଡ୍ ପ୍ଲାନରେ କୌଣସି ପରିବର୍ତ୍ତନ ନକରି ପୋଷ୍ଟପେଡରେ ପରିବର୍ତ୍ତନ କରିବା କମ୍ପାନୀ ପକ୍ଷରେ ଏକ ନିୟନ୍ତ୍ରିତ ଦରବୃଦ୍ଧି ପଦକ୍ଷେପ ହୋଇପାରେ । ଏହି ପ୍ଲାନ୍ ବ୍ୟବହାର କରୁଥିବା ଲୋକେ ଏହି ଦରକୁ ଗ୍ରହଣ କରିପାରିବେ ବୋଲି ଅନୁମାନ କରାଯାଇପାରେ ।

Leave a Reply