ବିଜେଡିରେ ଯୋଗଦେଲେ ପ୍ୟାରୀଙ୍କ ବଡ଼ ଝିଅ ସିକ୍ତା ପତି

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ପୂର୍ବତନ ସାଂସଦ ତଥା ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ ଡ. ସିକ୍ତା ପତି । ଆଜି ସନ୍ଧ୍ୟାରେ ନବୀନ ନିବାସ ଆସି ବିଜେଡିରେ ଯୋଗ ଦେଇଛନ୍ତି ସିକ୍ତା । ଦଳକୁ ସିକ୍ତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । ସିକ୍ତାଙ୍କ ଯୋଗଦାନ ଦଳକୁ ଶକ୍ତି ଯୋଗାଇବ ବୋଲି କହିଛନ୍ତି ନବୀନ । ସିକ୍ତା ନିଜ ସମର୍ଥକଙ୍କ ସହ ନବୀନ ନିବାସ ଆସିଥିଲେ ।

ମହିଳାଙ୍କ ଲାଗି ନବୀନ ପଟ୍ଟନାୟକଙ୍କ ସରକାର ବହୁ ପଦକ୍ଷେପ ନେଉଛନ୍ତି । ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ନବୀନବାବୁ ପ୍ରୟାସ କରୁଥିବାରୁ ସେ ଦଳ ପ୍ରତି ଆକୃଷ୍ଟ ହୋଇ ଦଳରେ ମିଶିଥିବା ସିକ୍ତା କହିଛନ୍ତି । ଏଥି ସହ ଦଳ ତାଙ୍କୁ ଯାହା ଦାୟିତ୍ୱ ଦେବ ତାହା ସେ ନିଷ୍ଠାର ସହ ନିଭାଇବେ ବୋଲି ସମାଜସେବାରୁ ରାଜନୀତିକୁ ଆସିଥିବା ସିକ୍ତା କହିଛନ୍ତି ।

ରାଜନୀତିରେ ନୂଆ ନୁହଁନ୍ତି ସିକ୍ତା !

ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ ସିକ୍ତା ପତି । ୨୦୧୨ ମେ ୨୯ରେ ମିଡ ନାଇଟ ଅପରେସନ ପରେ ପ୍ୟାରୀ ବିଜେଡିରୁ ବିଦା ହୋଇଥିଲେ । ତା’ପରେ ପ୍ୟାରୀ ଗଠନ କରିଥିଲେ ଓଡ଼ିଶା ଜନମୋର୍ଚ୍ଚା । କିନ୍ତୁ ଏହା ରାଜ୍ୟ ରାଜନୀତି ଉପରେ ପ୍ରଭାବ ପକାଇ ପାରିଲା ନାହିଁ । ରାଜ୍ୟସଭା ସାଂସଦ ଭାବେ ପ୍ୟାରୀଙ୍କ କାର୍ଯ୍ୟକାଳ ସରିବା ପରେ ପ୍ୟାରୀ ଅସୁସ୍ଥ ହୋଇ ପଡ଼ିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ୨୦୧୭ ମାର୍ଚ୍ଚ ୧୯ରେ ତାଙ୍କର ପରଲୋକ ଘଟିଥିଲା । ପ୍ୟାରୀଙ୍କ ମୃତ୍ୟୁ ପରେ ଶିକ୍ତା ଜନମୋର୍ଚ୍ଚାର ସାଧାରଣ ସମ୍ପାଦକ ଦାୟିତ୍ୱ ନେଇ ରାଜନୀତିରେ ପାଦ ଥାପିଥିଲେ ।

 

Leave a Reply