ସାମ୍ବାଦିକଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନୀ ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପରାମର୍ଶଦାତା (ଗଣମାଧ୍ୟମ) ମାନସ ମଙ୍ଗରାଜ ଆଜି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।

ଦୈନିକ ପ୍ରମେୟ ଖବରକାଗଜର ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ଆଦିତ୍ୟ ପଣ୍ଡାଙ୍କର ଦୁଇଟି ଯାକ କିଡନୀ ଅକାମୀ ହୋଇଯାଇଥିଲା । ତାଙ୍କ ଭଉଣୀ ତାଙ୍କୁ ଗୋଟିଏ କିଡନୀ ପ୍ରଦାନ କରିବାକୁ ସହମତି ଦେଇଛନ୍ତି। ତେବେ ପ୍ରତିରୋପଣ ପାଇଁ ୯ ଲକ୍ଷ ଟଙ୍କା ଆବଶ୍ୟକ ଥିଲା ।

ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଆଜି ଶ୍ରୀ ମଙ୍ଗରାଜ ପ୍ରାରମ୍ଭିକ ସହାୟତା ଅର୍ଥ ପ୍ରଦାନ କରିଛନ୍ତି ।

ଜଣେ ସାମ୍ବାଦିକ ଭାବେ ମାନସ ମଙ୍ଗରାଜଙ୍କର ସାମ୍ବାଦିକଙ୍କ ପ୍ରତି ରହିଥିବା ସହୃଦୟତାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ସହାୟତା ପାଇଥିବା ସାମ୍ବାଦିକ ଆଦିତ୍ୟ ପଣ୍ଡା ମଧ୍ୟ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି ।

 

Leave a Reply