୫୪ ଦିନରେ ୬ ଥର ଭୂମିକମ୍ପ, ଆସୁଛି କି ବଡ଼ ବିପଦ ?

1 min read

ନୂଆଦିଲ୍ଲୀ: କରୋନା ଭାଇରସ୍, ଲକଡାଉନ୍ ଭିତରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କଣ ଘଟୁଛି ? କାହିଁକି ଦିଲ୍ଲୀରେ ବାରମ୍ବାର ହେଉଛି ଭୂମିକମ୍ପ ? ବିଗତ ୫୪ ଦିନ ମଧ୍ୟରେ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ୬ ଥର ଭୂମିକମ୍ପ ଅନୁଭୂତ ହେଲାଣି । ଶେଷଥର ଗତ ବୁଧବାର ଭୂମିକମ୍ପ ହୋଇଥିଲା । ଏନସିଆରର୍ ନୋଏଡା ଠାରୁ ୧୯ କିଲୋମିଟର ଦକ୍ଷିଣ ପୂର୍ବ ଥିଲା ଭୂମିକମ୍ପର କେନ୍ଦ୍ରବିନ୍ଦୁ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୦ ଥିଲା । ତେବେ, ବାରମ୍ବାର ଭୂମିକମ୍ପ କୌଣସି ବଡ଼ ବିପଦର ସୂଚନା ଦେଉଛି କି ? ଏହାକୁ ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି ବିଶେଷଜ୍ଞ ।

ଦିଲ୍ଲୀ ପାଇଁ କମ୍ ବିପଦ: NCS

ଭୂମିକମ୍ପକୁ ନେଇ ବିଶେଷଜ୍ଞ ଅଲଗା ଅଲଗା କଥା କହୁଛନ୍ତି । କେତେକଙ୍କ ଅନୁସାରେ ଦିଲ୍ଲୀରେ ହୋଇଥିବା ପ୍ରାୟ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ରୁ କମ୍ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁଖ୍ୟ (ଅପରେସନ୍) ଜି.ଏଲ୍ ଗୌତମଙ୍କ ପ୍ରକାରେ ୪.୦ ତୀବ୍ରତାରୁ କମ୍ ଭୂମିକମ୍ପରେ କ୍ଷୟକ୍ଷତିର ସମ୍ଭାବନା ଅଳ୍ପ ଥାଏ । NCS ମୁତାବକ ଏହ ହାଲୁକା ଆଡଜଷ୍ଟମେଣ୍ଟର ପ୍ରଭାବ, ଯାହା ବିପଜ୍ଜନକ ନୁହେଁ । ଦିଲ୍ଲୀ ଆଖାପାଖରେ ଏମିତି ବି ଫଲ୍ଟ ପ୍ଲେଟ୍ ନାହିଁ । ଯାହା ଉପରେ ବର୍ତ୍ତମାନ ଅଧିକ ଚାପ ପଡୁଛି ।

ଆସୁଛି କି ବଡ଼ ଭୂମିକମ୍ପ ?

ଭୂମିକମ୍ପକୁ ନେଇ କରାଯାଇଥିବା କିଛି ଅଧ୍ୟୟନରୁ ଦାବି କରାଯାଉଛି ଏହି ପ୍ରକାର ଛୋଟ ଭୂମିକମ୍ପ ବଡ଼ ଭୂମିକମ୍ପର ସଂକେତ । ଆମେରିକାଲସ୍ ଆଲାମସ୍ ନ୍ୟାସନାଲ ଲେବେରଟ୍ରି ଅନୁସାରେ ଗତ ବର୍ଷ କାଲିଫର୍ଣ୍ଣିଆରେ ୪.୦ ତୀବ୍ରତା ଭୂମିକମ୍ପ ପୂର୍ବରୁ ଏମିତି ଛୋଟ ଭୂମିକମ୍ପ୍ ଅନୁଭୂତ ହୋଇଥିଲା । ଦକ୍ଷିଣ କାଲିଫର୍ଣ୍ଣିଆରେ ୨୦୦୮ ଓ ୨୦୦୧୭ରେ ୪.୦ ତୀବ୍ରତାରୁ ଅଧିକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏଥିରୁ ୭୨ ପ୍ରତିଶତ ଭୂମିକମ୍ପ ପୂର୍ବରୁ ଛୋଟ ଭୂମିକମ୍ପ ହୋଇଛି ।

ଦିଲ୍ଲୀରେ ବୁଧବାର ପୂର୍ବରୁ ମେ ୨୯ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରୋହତକ ଓ ହରିୟାଣାରେ ୪.୬ ଓ ୨.୯ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି ।

ଉତ୍ତର ଭାରତରେ ଭୂମିକମ୍ପ, ଥରିଲା ଦିଲ୍ଲୀ-ଏନସିଆର

Leave a Reply