କରୋନା ସଂକଟ ଭିତରେ ଅର୍ଥନୀତିକୁ ନେଇ ମୋଦି ସରକାରର ବଡ଼ ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: କରୋନା ଲକଡାଉନ୍ ଯୋଗୁଁ ଅର୍ଥନୀତି ଏକପ୍ରକାର ଭୁଶୁଡ଼ି ପଡ଼ିଛି । ରାଜସ୍ୱ କ୍ଷତି ହେଉଛି, ସରକାରଙ୍କ ଖର୍ଚ୍ଚ ବଢ଼ୁଛି । ଏହାର ପ୍ରଭାବ ପଡ଼ିଛି ସରକାର ଆରମ୍ଭ କରିବାକୁ ଥିବା ନୂଆ ଯୋଜନା ଉପରେ । ଏବେ କେନ୍ଦ୍ର ସରକାର ଆରମ୍ଭ ହେବାକୁ ଥିବା ସମସ୍ତ ନୂଆ ଯୋଜନା ଉପରେ କଟକଣା ଜାରି କରିଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓ ଅନ୍ୟ ବିଭାଗ ଦ୍ୱାରା ଜାରି ନିର୍ଦ୍ଦେଶ ପ୍ରକାରେ ଆସନ୍ତା ୯ ମାସ ଯାଏଁ କୌଣସି ନୂଆ ଯୋଜନା ଆରମ୍ଭ ହେବନାହିଁ । ଅର୍ଥାତ୍ ମାର୍ଚ୍ଚ ୨୦୨୦ ଯାଏଁ କୌଣସି ନୂଆ ଯୋଜନା ଆରମ୍ଭ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

modi

୨୦୨୦-୨୧ ଆର୍ଥିକ ବର୍ଷରେ କୌଣସି ନୂଆ ଯୋଜନା ଆରମ୍ଭ ହେବନାହିଁ । କରୋନା ବିରୋଧରେ ଲଢ଼ାଇ ଭିତରେ ଆର୍ଥିକ ଅବସ୍ଥା ଖରାପ ହୋଇଥିବାରୁ ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ଅନୁମୋଦିତ କିମ୍ବା ମୂଲ୍ୟାୟନ ବର୍ଗରେ ଥିବା ଯୋଜନା ସହ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ନୀତିଗତ ଅନୁମୋଦନ ପାଇଥିବା ଯୋଜନା ଉପରେ ପ୍ରତିବନ୍ଧକ ଲାଗିବ ।

ଆତ୍ମନିର୍ଭର ଭାରତ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ବିଭିନ୍ନ ମନ୍ତ୍ରାଳୟ ନୂଆ ଯୋଜନା ଆରମ୍ଭ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ ଆତ୍ମନିର୍ଭର ଭାରତ ଅଭିଯାନରେ ଘୋଷଣା କରାଯାଇଥିବା ଯୋଜନା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ଜୁନ୍ ୪ରେ ଅର୍ଥ ମନ୍ତ୍ରାଳୟ ଜାରି କରିଥିବା ଆଦେଶ ପ୍ରକାରେ, ମହାମାରୀ କରୋନା ପାଇଁ ସର୍ବସାଧାରଣ ସମ୍ପତ୍ତି ଉପରେ ଚାହିଦା ରହିଛି । ବଦଳୁଥିବା ସମୟ ଓ ଆବଶ୍ୟକତା ଦୃଷ୍ଟିରୁ ସମ୍ବଳର ଉପଯୋଗ ହେବା ଦରକାର ।  ସ୍ଥାୟୀ ଅର୍ଥ ସମିତି ପ୍ରସ୍ତାବ (୫୦୦ କୋଟି ଉପରେ ଯୋଜନା) ସହିତ ୨୦୨୦-୨୧ ଆର୍ଥିକ ବର୍ଷ ପୂର୍ବରୁ ସ୍ୱୀକୃତ ବା ଅନୁମୋଦିତ ନୂଆ ଯୋଜନା ବର୍ଷେ ଯାଏଁ ହେବନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।

ସରକାରଙ୍କ ରାଜସ୍ୱ ଆୟ କମ୍ ହେଉଛି । ରିପୋର୍ଟ ଅନୁସାରେ, ୨୦୨୦ ଏପ୍ରିଲରେ ୨୭ ହଜାର ୫୪୮ କୋଟି ଟଙ୍କା ରାଜସ୍ୱ ଆୟ ହୋଇଛି । ଯାହାକି ବଜେଟ୍ ଅନୁଦାନର ୧.୨ ପ୍ରତିଶତ । ଯେତେବେଳେ କି ସରକାର ୩.୦୭ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଯାହାକି ବଜେଟ ଅନୁମାନର ୧୦ ପ୍ରତିଶତ ।

RBIର ବଡ ଘୋଷଣା: ରେପୋ ରେଟ୍ ହ୍ରାସ ହେତୁ ଶସ୍ତା ହୋଇପାରେ ଲୋନ୍‌,ଇଏମ୍‌ଆଇ ପାଇଁ ଆଉ ୩ ମାସ ମହଲତ

Leave a Reply