ଆମେରିକାକୁ ଦୋହଲାଇ ଦେଲାଣି କରୋନା, ସହାୟତା ପାଇଁ ଟ୍ରମ୍ପଙ୍କ ନିବେଦନ

ନୂଆଦିଲ୍ଲୀ: ମହାମାରୀ କରୋନାର ସବୁଠୁ ଅଧିକ ମାମଲା ଆମେରିକାରୁ ଆସିବାରେ ଲାଗିଛି । ଲଗାତାର ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ବିଚଳିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହାଯ୍ୟ ମାଗିଛନ୍ତି । ଆମେରିକାକୁ ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବେଲଟ୍ସ ପଠାଇବାକୁ ଡୋନାଲ୍ଡ ଟ୍ରମ୍ପ ଅନୁରୋଧ କରିଛନ୍ତି ।

ଗଙ୍ଗାରାମ ହସ୍ପିଟାଲର ୧୦୮ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନକୁ ପଠାଗଲା

ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଟ୍ରମ୍ପ । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବେଲଟ୍ସ ରପ୍ତାନୀ ନେଇ କଥା ହୋଇଛନ୍ତି । ମୋଦି ମଧ୍ୟ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବେଲଟ୍ସ ପଠାଇବେ ବୋଲି କହିଥିବା ଟ୍ରମ୍ପ ଦାବି କରିଛନ୍ତି ।

ଭାରତ ଅଧିକ ମାତ୍ରାରେ ଏହି ଔଷଧ ପ୍ରସ୍ତୁତ କରୁଛି । ଆଉ ଦେଶର ଜନସଂଖ୍ୟା ୧୩୦ କୋଟିରୁ ଅଧିକ । ଏଭଳି ସ୍ଥିତିରେ ଭାରତର ଆବଶ୍ୟକତା ପରେ ଯଦି ଔଷଧ ପଠାଇଲେ ଆମେରିକା ଉପକୃତ ହେବ ବୋଲି ଟ୍ରମ୍ପ କହିଛନ୍ତି । ପ୍ରକୃତରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବେଲଟ୍ସକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର କରାଯାଉଛି । ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିନି ପ୍ରେସକ୍ରିପସନରେ ଏହି ଔଷଧର ବିକ୍ରି ସହ ରପ୍ତାନୀ ଉପରେ କଟକଣା ଲଗାଇଥିଲା ।

୫ମିନିଟରେ ସମ୍ଭବ ହେବ କରୋନା ନମୂନା ପରୀକ୍ଷା, ଏପ୍ରିଲ ୧୮ ସୁଦ୍ଧା ଭାରତକୁ ଆସିବ ରାପିଡ କିଟ୍

ଆମେରିକାର ୩ ଲକ୍ଷରୁ ଅଧିକ ଲୋକ ଏବେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ସାରିଲେଣି । ମୃତ୍ୟୁ ସଂଖ୍ୟା ଆମେରିକାରେ ୮ ହଜାର ଡେଇଁ ସାରିଲାଣି । ଲଗାତାର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଖାଲି ଆମେରିକା କାହିଁକି ଦୁନିଆରେ ଅନ୍ୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ସମାନ ପରିସ୍ଥିତି । ଏବେ ଯାଏଁ ବିଶ୍ୱରେ ୧୨ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୪ ହଜାର ଲୋକ ମୃତ୍ୟୁବରଣ କଲେଣି ।

Leave a Reply