ଘର ଘର ବୁଲି ଲୋକଙ୍କୁ କରୋନା ନେଇ ସଚେତନ କରୁଛନ୍ତି ଦିବ୍ୟାଙ୍ଗ ସବିତା

Disabled Asha Savita Aware People About Covid 19 In Ganjam

ଆସିକା: ବିଶ୍ୱରେ କରୋନା ଉତ୍କଟ ରୂପ ଧାରଣ କରିଛି । ଏଥିରୁ ବଞ୍ଚିବା ପାଇଁ ସମସ୍ତେ ଭ୍ୟାକ୍ସିନକୁ ଅପେକ୍ଷା କରିଛନ୍ତି । ମାସ୍କ ଓ ସାମାଜିକକୁ ଦୂରତା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଆଉ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ମାଧ୍ୟମ ସାଜିଛନ୍ତି ଆଶା ଦିଦି । ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସରକାରଙ୍କ ସଚେତନତା ବାର୍ତ୍ତାକୁ ଗୀତ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ସବିତା ।

Disabled Asha Savita Aware People About Covid 19 In Ganjam

ଭାଙ୍ଗନି ମନୋବଳ, ହାରିନାହାଁନ୍ତି ସବିତା । ଭିନ୍ନକ୍ଷମ ହୋଇଥିଲେ ବି ସେ ସକ୍ଷମ । ଦୃଢ଼ ରହିଛି ମନୋବଳ । କରୋନା ସଂକଟରେ ଲୋକଙ୍କୁ କରୁଛନ୍ତି ସଚେତନ । ଗୀତ ମାଧ୍ୟମରେ ସମସ୍ତଙ୍କୁ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା । କରୋନା ହାରିବ, ମଣିଷ ଜିତିବ । ଏହି ପଂକ୍ତିକୁ ନେଇ ଲୋକଙ୍କୁ ସଚେତନ କରୁଛନ୍ତି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ପୁନନ୍ଦା ଗାଁର ଆଶା ଦିଦି ସବିତା କୁମାରୀ । ସେ ଭିନ୍ନକ୍ଷମ ଓ ବାମନ ହୋଇଥିଲେ ମଧ୍ୟ କାର୍ଯ୍ୟରେ କେବେହେଲେ କରିନାହାଁନ୍ତି ଅବହେଳା । ଗାଁ ଗାଁ ବୁଲି ଗୀତ ମାଧ୍ୟରେ ଲୋକଙ୍କୁ କରୋନାରୁ ବର୍ତ୍ତିବା ଲାଗି କରୁଛନ୍ତି ସଚେତନ ।

Disabled Asha Savita Aware People About Covid 19 In Ganjam

ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ । ଏଭଳି କହି କରୋନା ଯୋଦ୍ଧା ଭାବେ ଲଢୁଛନ୍ତି ଭିନ୍ନକ୍ଷମ ଆଶା ଦିଦି ସବିତା । ଆଉ ପିଲାଠାରୁ ବୃଦ୍ଧ ସମସ୍ତଙ୍କୁ ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ କରୁଛନ୍ତି ସଜାଗ । ଏଥିପାଇଁ ସେ କେବେ କ୍ଲାନ୍ତ ଅନୁଭବ କରିନଥିବା ବେଳେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରି ନିଜକୁ ଗର୍ବିତ ଅନୁଭବ କରୁଥିବା କହିଛନ୍ତି । ଦିବ୍ୟାଙ୍ଗ ସବିତାଙ୍କ ଏଭଳି କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ ।

Leave a Reply