ଦିଲ୍ଲୀରେ ଘନ କୁହୁଡ଼ି ପ୍ରଭାବରେ ୨୨ ଟ୍ରେନ୍ ବିଳମ୍ବିତ, ୭ ଡିଗ୍ରୀକୁ ଖସିଲା ପାରଦ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ଲେଉଟିଛି ଶୀତ । ଆଜି ସକାଳୁ ସକାଳୁ ଦିଲ୍ଲୀ ଓ ଏନସିଆର ସମେତ ଗୁରୁଗ୍ରାମରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା । ୨୦ ମିଟର ଦୂରତାରୁ ମଧ୍ୟ କିଛି ଦେଖି ହେଉନଥିଲା । ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି ।


ପ୍ରବଳ କୁହୁଡ଼ି କାରଣରୁ ୨୨ଟି ଟ୍ରେନ୍ ବିଳମ୍ବରେ ଚାଲୁଥିବା ଉତ୍ତର ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ତାପମାତ୍ରା ମଧ୍ୟ ୭ ଡିଗ୍ରୀକୁ ଖସିଆସିଛି । ସରିତା ବିହାର ଅଞ୍ଚଳରେ ଘନ କୁହୁଡ଼ି କାରଣରୁ ଲୋକେ ଘରୁ ବାହାରି ପାରିନାହାନ୍ତି ।

Leave a Reply