ଆତ୍ମସମର୍ପଣ କଲେ ୬୪୪ ଜଣ ଆତଙ୍କବାଦୀ

1 min read

ମଣିପୁର: ଆସାମ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୬୪୪ ଜଣ ଆତଙ୍କବାଦୀ । ପ୍ରାୟ ୮ଟି ଆତଙ୍କବାଦୀ ସଂଗଠନର ସକ୍ରିୟ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି । ULFA, NDFB, RNLF, ସିପିଆଇ ମାଓ ସଙ୍ଗଠନରେ ଆମେ କାମ କରୁଥିଲେ । ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଆତଙ୍କବାଦୀଙ୍କୁ ରାଜ୍ୟ ସରକାର ଆହ୍ଵାନ ଦେଇଥିଲେ । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆତଙ୍କବାଦୀ ମାନେ ଆତ୍ମସମର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଉପସ୍ଥିତ ଥିଲେ ।ଏମାନଙ୍କ ନାଁରେ ବହୁ ଅପରାଧିକ ମାମଲା ରହିଛି । ଆତଙ୍କବାଦୀଙ୍କ ଠାରୁ ଶହ ଶହ ଏକେ ୪୭, ପିସ୍ତଲ, ବୋମା, ଛୁରୀ ଜବତ କରାଯାଇଛି ।

Leave a Reply