ବାହାଘର ପୂର୍ବରୁ ପୁଅର ବାପା ସହ ଝିଅର ମାଆ ଫେରାର୍

1 min read

ସୁରଟ: ଝିଅ ପାଇଁ ଖୋଜା ସରିଥିଲା ଜ୍ୱାଇଁ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ, ଝିଅ-ଜ୍ୱାଇଁଙ୍କ ମିଳନ ପୂର୍ବରୁ ଭାଙ୍ଗିଯାଇଛି ବାହାଘର । କାରଣ ଝିଅର ମାଆ ସହ ପୁଅର ବାପା ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । ବର୍ଷେ ହେଲା ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶେଷ ମୂହୁର୍ତ୍ତରେ ଆନନ୍ଦ ଫିକା ପଡ଼ିଛି ।ସୁରଟର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି । ପେଷାରେ ବ୍ୟବସାୟୀ ଥିବା ଭାବନଗରର ରାକେଶ ନିଜ ବାନ୍ଧବୀ ସ୍ୱାତୀଙ୍କ ଝିଅ ସହ ପୁଅର ବାହାଘର ଠିକ୍ କରିଥିଲେ । ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଥିଲା । ତେବେ ୧୦ ଦିନ ହେବ ୪୮ ବର୍ଷୀୟ ରାକେଶ ଓ ୪୬ ବର୍ଷୀୟ ସ୍ୱାତୀ ନିଖୋଜ ହୋଇଯାଇଥିଲେ ।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାନା ଚର୍ଚ୍ଚା ହେଉଛି । ସେମାନଙ୍କ କିଛି ଘନିଷ୍ଠ ବନ୍ଧୁଙ୍କ କହିବା ଅନୁଯାୟୀ ଦୁହେଁ କଲେଜ ବେଳରୁ ଦୁହିଁଙ୍କୁ ଭଲ ପାଉଥିଲେ । ଏପରିକି ପୂର୍ବରୁ ସମ୍ପର୍କରେ ଥିଲେ । ଉଭୟଙ୍କ ନିଖୋଜ ନେଇ ଦୁଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

Leave a Reply