ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା, ଘଣ୍ଟା ପ୍ରତି ୬ କିମି ବେଗରେ ଆଗକୁ ବଢ଼ୁଛି

1 min read

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ଫାନ୍’ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୬ କିମି ଦିଗରେ ଗତି କରୁଛି । ରାତି ୨ଟା ୩୦ ସୁଦ୍ଧା ବାତ୍ୟା ପାରାଦୀପ ଠାରୁ ଦକ୍ଷିଣରେ ୧୦୦୦ କିମି ଦୂରରେ ରହିଛି । ସେହିଭଳି ପଶ୍ଚିମବଙ୍ଗ ଦୀଘାଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୧୧୬୦ କିମି ଦୂରରେ ଥିବାବେଳେ ବାଲାଂଦେଶ ଖେପୁରିଆ ଠାରୁ ‘ଅମ୍ଫାନ୍’ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୧୨୬୦ କିମି ଦୂରରେ ରହିଛି ।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘ଅମ୍ଫାନ୍’ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ । ୧୮ ତାରିଖ ସକାଳେ ଏହା ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାପରେ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତିକରି ୨୪ ଘଣ୍ଟାରେ ରିକର୍ଭ କରି ଉତ୍ତର ଉତ୍ତର-ପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରିବ । ୧୮ରୁ ୨୦ ତାରଖି ମଧ୍ୟରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଦେଇ ‘ଅମ୍ଫାନ୍’ ଅତିକ୍ରମ କରିପାରେ ।

ଏଥିପାଇଁ ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ ଓ ବାଲେଶ୍ୱର ଜିଲ୍ଲା ସମେତ ୧୨ଟି ଜିଲ୍ଲାକୁ ଆଲର୍ଟ ରହିବାକୁ କୁହାଯାଇଛି । ୧୮ ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୧୯ରେ ବର୍ଷା ପବନ ବଢ଼ିବା ସହିତ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ ରହିବ । ୨୦ରେ ପବନର ବେଗ ମଧ୍ୟ ବୃଦ୍ଧି ପାଇବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଳୋନ୍‌ର ରୂପ ନେବ ‘ଅମ୍ପାନ’

Leave a Reply