୧୦୩ ମହିଳାଙ୍କ ସମେତ ୬୯୮ ପ୍ରବାସୀ ଭାରତୀୟଙ୍କୁ ଧରି ଆସୁଛି INS ଜଳସ୍ୱ…

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଭାରତୀୟ ପ୍ରବାସୀମାନେ ଫସିରହିଛନ୍ତି । ସେମାନଙ୍କୁ ଘରକୁ ଆଣିବା ପାଇଁ ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଛି । ଲୋକଙ୍କୁ ବାୟୁ ପଥ ସହିତ ଜଳପଥ ମଧ୍ୟରେ ଅଣାଯାଉଛି । ଆଇଏନ୍‌ଏସ୍‌ ଜଲସ୍ୱ ସାହାଯ୍ୟରେ ମାଳଦ୍ୱୀପରୁ ୬୯୮ ଜଣ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଉଛି । ୬୯୮ ଜଣଙ୍କ ମଧ୍ୟରୁ ୫୯୫ ପୁରୁଷ ଓ ୧୦୩ ମହିଳା ରହିଛନ୍ତି । ଏହାସହ ସେମାନଙ୍କ ମଧ୍ୟରେ ୧୯ ଜଣ ଗର୍ଭବତୀ ଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ୬୯୮ ଜଣ ଭାରତୀୟ ମାଲ୍‌ଦ୍ୱୀପ୍‌ର ମାଲେ ଅଞ୍ଚଳର । ସେମାନଙ୍କୁ ଉଦ୍ଧାର ପାଇଁ ନୌସେନା ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାରିଛି ।

ଆନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଆଇଏନ୍‌ଏସ୍‌ ଜଲସ୍ୱ ଓ ଆଇଏନ୍‌ଏସ୍‌ ମଗରକୁ ମାଲଦ୍ୱୀପ୍‌ରେ ଫସିଥିବା ୧୮୦୦ ରୁ ୨୦୦୦ ଭାରତୀୟଙ୍କୁ ଫେରାଇ ଆଣିବାକୁ ଦାୟିତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ସେ ୪ ଥର ଯାତ୍ରା କରିବ । ଦୁଇ ଥର କୋଚିରୁ ଓ ଦୁଇ ଥର ତୁତିକୋରିନ୍‌ରୁ ଯାତ୍ରା କରିବ ।

ସୂତ୍ରରୁ ଜଣାପଡିଛି ଯେ ମାଲଦ୍ୱୀପରୁ ଭାରତୀୟଙ୍କୁ ଆଣିବା ପାଇଁ ପ୍ରାଥମିକ ସ୍ତରରେ କିଛି ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି । ପ୍ରବାସୀଙ୍କର ପ୍ରଥମେ ଡାକ୍ତରୀ ପରୀକ୍ଷା କରାଯିବ ପରେ ବୟସ୍କ ବ୍ୟକ୍ତିଙ୍କୁ ଗରୁତ୍ୱ ଦିଆଯିବ ଏବଂ ପାରିବାର ସ୍ଥିତିକୁ ଧ୍ୟାନରେ ରଖିବା ସହ ବେରୋଜଗାରୀଙ୍କୁ ଗରୁତ୍ୱ ଦିଆଯିବ । ଏହି ମାନଙ୍କୁ ହିଁ ପ୍ରଥମେ ଭାରତ ଫେରାଇ ଆଣିବା ଦିଗରେ ଗୁରୁତ୍ୱ ଦିଆଯାଉଛି ।

ସେହିଭଳି ବିମାନ ଯୋଗେ ମଧ୍ୟ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଉଛି । ସୂଚନା ଅନୁଯାୟୀ, ୧୨ଟି ଦେଶରୁ ଭାରତୀୟଙ୍କୁ ଧରି ବିମାନ ଆସୁଛି । ଅନ୍ୟପଟେ ଆସନ୍ତା ସପ୍ତାହ ସୁଦ୍ଧା ଦେଶର ୧୪ଟି ସହରରେ ୬୪ଟି ବିମାନ, ପ୍ରବାସୀଙ୍କୁ ଧରି ଅବତରଣ କରିବ । ଏହି ବିମାନଗୁଡ଼ିକ ଛୋଟ ସହରରେ ମଧ୍ୟ ଅବତରଣ କରିବ । ଲୋକାଙ୍କର ନିକଟସ୍ଥ ଏୟାରପୋର୍ଟରେ ସେମାନଙ୍କୁ ଓହ୍ଲାଇବାକୁ ଗରୁତ୍ୱ ଦିଆଯାଉଛି ।

ସୂଚନାନୁସାରେ, ଏପର୍ଯ୍ୟନ୍ତ ୪ଟି ସ୍ୱତନ୍ତ୍ର ଫ୍ଲାଇଟ୍‌ ଦେଶରେ ଅବତରଣ କରିସାରିଛି । ଦୁବାଇରେ, ଦୁଇଟି ବିମାନ ଯଥାକ୍ରମେ ୧୮୧ ଓ ୧୮୨ ଯାତ୍ରୀଙ୍କୁ ଧରି ଅବତରଣ କରିସାରିଛି । ସେହିଭଳି ସିଙ୍ଗାପୁରରୁ ୨୩୪ ଯାତ୍ରୀ ଓ ଜାମ୍ମୁ କାଶ୍ମୀରରୁ ୧୬୮ ଛାତ୍ରଙ୍କୁ ନେଇ ବିମାନ ଢ଼ାକାରୁ ବାହାରି ଭାରତରେ ପହଞ୍ଚିଥିଛି ।

Leave a Reply