ଭାରତରେ କରୋନା ଔଷଧ ଟ୍ରାଏଲକୁ ମିଳିଲା ଅନୁମତି, CSIR କହିଲା ଶୀଘ୍ର ଦେବୁ ଗୁଡ୍ ନ୍ୟୁଜ୍

1 min read

ନୂଆଦିଲ୍ଲୀ: କରୋନାକୁ ମାତ୍ ଦେବା ପାଇଁ ଚେଷ୍ଟା ଜାରି ରହିଛି । ଏହାଭିତରେ ଡ୍ରଗ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଫେଭିପିରାବିର (Favipiravir)ନାମକ ଆଣ୍ଟି ଭାଏରାଲ ଔଷଧର ଟ୍ରାଏଲ ଆରମ୍ଭ ପାଇଁ ଅନୁମତି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବୈଜ୍ଞାନିକ ଓ ଶିଳ୍ପ ଅନୁସଂଧାନ ପରିଷଦ (CSIR) ଏହାର ଅନୁମତି ମିଳିବା ପରେ ଆସନ୍ତା ସପ୍ତାହରୁ ଟ୍ରାଏଲ ଆରମ୍ଭ ପାଇଁ ନିଷ୍ପତି ନେଇଛି

CSIR ମହାନିର୍ଦ୍ଦେଷକ ଡକ୍ଟର ଶେଖର ମାଣ୍ଡ୍ କହିଛନ୍ତି ଯେ, ଫେବିପିରାବିର ଏଭଳି ଏକ ଔଷଧ ଯାହା ଆଗରୁ ଇନଫ୍ଲୁଏଞ୍ଜାର ଚିକିତ୍ସା ପାଇଁ ଭାରତ ସମେତ ଅନ୍ୟକେତେକ ଦେଶରେ ବ୍ୟବହୃତ ହେଉଛି ।ଆମର ଆଶା ଯେ, ଏହା କରୋନା ଭାଇରସକୁ କାବୁ କରିପାରିବ । ଏହି ଔଷଧ ଜରିଆରେ କରୋନା ଭାଇରସର ଚିକିତ୍ସା ପାଇଁ ଅନୁମତି ଦେବା ପାଇଁ CSIR ଓ ଅନ୍ୟଗୋଟିଏ କଂପାନି ଅନୁମତି ମାଗିଥିଲା । ଭାରତ ସରକାର CSIRକୁ ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ସପ୍ତାହ ବେଳକୁ ଏହା ଉପରେ କାମ ଆରମ୍ଭ ହେବ ।

ଖୁବଶୀଘ୍ର ଭଲ ଖବର

ଡକ୍ଟର ଶେଖରଙ୍କ ଅନୁସାରେ ଫେବିପିରାବିର ଏକ ସୁରକ୍ଷିତ ଔଷଧ ଓ ଏହାର ଟ୍ରାଏଲ ସିଧାସଳଖ ଫେଜ୍-୨ରୁ ଆରମ୍ଭ କରିହେବ । ତାଙ୍କ ଅନୁସାରେ ଏହାର ଟ୍ରାଏଲ ଏକ ମାସ ମଧ୍ୟରେ ଶେଷ ହୋଇଯିବ । ଯଦି ଟ୍ରାଏଲ ଫଳାଫଳ ଭଲ ହୁଏ ତେବେ ଖୁବଶୀଘ୍ର ଏହାକୁ ଶସ୍ତାର ବଜାରରେ ଉପଲବ୍ଧ କରାଯିବ ।

 

 

 

Leave a Reply