କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ବିହାର କଂଗ୍ରେସ ଦାୟିତ୍ୱ

1 min read

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ କଂଗ୍ରେସ ହାଇକମାଣ୍ଡ ଦେଲେ ଗୁରୁଦାୟିତ୍ୱ । ଭକ୍ତଙ୍କୁ ଏବେ ବିହାର କଂଗ୍ରେସର ଇନ୍‌ଚାର୍ଜ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ବିହାର କଂଗ୍ରେସର ଇନ୍‌ଚାର୍ଜ ଥିଲେ ଶକ୍ତିସିହ୍ନ ଗୋହିଲ । ଏବେ ଶକ୍ତିଶିହ୍ନଙ୍କ ସ୍ଥାନରେ ଭକ୍ତ ଚରଣ ଦାସ ଯୋଗଦେବେ । ଏନେଇ ଏଆଇସିସି ପକ୍ଷରୁ ବିଦ୍ଧିବଦ୍ଧ ନୋଟିସ ଜାରି କରାଯାଇଛି ।

ଭକ୍ତ ଚରଣ ଦାସ ଏହା ପୂର୍ବରୁ ମଣିପୁର ଓ ମିଜୋରାମ କଂଗ୍ରେସର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ସୋନିଆ ଗାନ୍ଧୀଙ୍କ ସହମତି ପରେ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଏ ସମ୍ପର୍କରେ ନିର୍ଦ୍ଦେଶ ଜାରି କରିଛନ୍ତି ।

Bihar

ତେବେ ଶକ୍ତିସିହ୍ନ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଦାୟିତ୍ୱରୁ ଓହରିବାକୁ ଚାହୁଁଥିଲେ । ଏନେଇ ସେ ହାଇକମାଣ୍ଡଙ୍କ ପାଖକୁ ଚିଠି ଲେଖିଥିଲେ । ହାଇକମାଣ୍ଡ ଶକ୍ତିସିହ୍ନଙ୍କ ଆବେଦନକୁ ଗ୍ରହଣ କରି ବିହାର ଦାୟିତ୍ୱରୁ ମୁକ୍ତ କରିଛନ୍ତି ଏବଂ ତାଙ୍କ ସ୍ଥାନରେ ଭକ୍ତ ଚରଣ ଦାସଙ୍କୁ ସ୍ଥାନିତ କରିଛନ୍ତି । ସୂଚନାନୁସାରେ ଶକ୍ତିସିହ୍ନ କିଛି ଦିନ ପୂର୍ବରୁ କରୋନା ସଂକ୍ରମଣର ଶିକାର ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ଅମ୍ଳଜାନ ପାଇପ୍ ଦ୍ୱାରା ଶସକ୍ରିୟା କରିବାକୁ ପଡ଼ିଥିଲା ।

Leave a Reply